ରାଉରକେଲା:8//3,(ଉତ୍କଳ ସମାଚାର) ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର (ଏସଏସଆରଭିଏମ୍) ଦ୍ଵାରା ପରିଚାଳିତ ସେକ୍ଟର ୨୦ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ ସେକ୍ଟର ୧୯ ସ୍ଥିତ ଇସ୍ପାତ ବିଦ୍ୟାମନ୍ଦିରର ମିଳିତ ଆନୁକୂଲ୍ୟରେ ବିଶ୍ବ ମହିଳା ଦିବସ ସେକ୍ଟର ୨୦ ବିଦ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଡ ଖୁସବୁ ଜ୍ୟୋତି ଙ୍କ ଅଧ୍ୟକ୍ଷତା, ବିତ୍ତ ପ୍ରବନ୍ଧକ ସୁଚିନ୍ଦ୍ରନ ସେନଗୁପ୍ତଙ୍କ ଆବାହକତ୍ୱ ତଥା ଅଭିଜିତ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ପ୍ରତିଭା ଷଡ଼ଙ୍ଗୀ ମୁଖ୍ୟଅତିଥି, ଆରଏସପି ର ବରିଷ୍ଠ ଅଧିକାରୀ ଆଶା କର୍ଥା ବିଶିଷ୍ଟ ଅତିଥି, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷା ବାସନ୍ତୀ ମହାନ୍ତି,ଡ ସୁଶ୍ରିତା ଦାସ, ଅନୁଷ୍ଠାନର ନିର୍ଦ୍ଦେଶକ ଡ ଗିରିଜା ଶଙ୍କର ଦାସ, ସେକ୍ଟର ୨୨ ସ୍କୁଲର ଅଧ୍ୟକ୍ଷା ଭାରତୀ ଦାସ ଓ ସେକ୍ଟର ୧୯ ବିଦ୍ୟାମନ୍ଦିରର ଅଧ୍ୟକ୍ଷା ଡ ଶିବଦତ୍ତା ନାୟକ, ଆରଏସପି ର ଅଧିକାରୀ ଅବିନାଶ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟଅତିଥି, ବିଶିଷ୍ଟ ଅତିଥି, ସମ୍ମାନିତ ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ନାରୀ ହେଉଛି ତ୍ୟାଗର ମୂର୍ତ୍ତି । ମା ହେଉଛି ଶିଶୁର ପ୍ରଥମ ଓ ସର୍ବଶ୍ରେଷ୍ଠ ଗୁରୁ। ମହିଳା ମାନେ ହସିଲେ ପରିବାର, ସମାଜ, ରାଜ୍ୟ,ଦେଶ,ବିଶ୍ବ ହସିବ। ଯେଉଁ ସ୍ଥାନରେ ମହିଳାଙ୍କୁ ସମ୍ମାନ ମିଳେ ସେ ସ୍ଥାନରେ ଭଗବାନ ରୁହନ୍ତି। ଆମେ ଆମ ପିଲାମାନଙ୍କୁ ସ୍ବାକ୍ଷର କରିପାରିଛୁ କିନ୍ତୁ ଶିକ୍ଷିତ କରିପାରି ନାହୁଁ । ଆଜିକାଲି ବିଭିନ୍ନ କ୍ଷେତ୍ରରେ ମହିଳାମାନେ ନିଜର ଅସ୍ତିତ୍ବ ଜାହିର୍ କରୁଥିବାବେଳେ ସେମାନଙ୍କୁ ଘରେ ବାହାରେ ଉପଯୁକ୍ତ ସମ୍ମାନ ମିଳିଲେ ସମାଜ ହସିବା ସହ ବିଶ୍ବ ମଧ୍ୟ ହସିବ। ଦୁନିଆଁ ସେତେବେଳେ ହସିବ ଯେତେବେଳେ ନାରୀ ଟିଏ ନିଜ ଜନ୍ମ ପାଇଁ ଗର୍ବିତ ହେବ। କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ରବିଶଙ୍କର ଙ୍କର ବାଣୀ କୁ ପ୍ରସାର କରାଯାଇଥିଲା । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ବରିଷ୍ଠ ଅଧିକାରୀ ଯଶବିନ୍ଦର କୈ।ର, ମୀନାକ୍ଷୀ ପାଢ଼ୀ, ଶିବାନୀ ବହିଦାର,ନୈନା ବେହୁରିଆ, ମଧୁମିତା ଷଡ଼ଙ୍ଗୀ, ମଞ୍ଜୁଲତା ମୋହିନୀ, ବିଶାଳ ସୁନାନୀ, ପିଥା ମାରାଣ୍ଡି, ସିଦ୍ଧାର୍ଥ ରଥ,ଧୀରଜ କୁମାର ମହନ୍ତ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ଶେଷରେ ଅଧ୍ୟକ୍ଷା ଡ ଜ୍ୟୋତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେକ୍ଟର ୨୦, ସେକ୍ଟର ୧୯ ଓ ସେକ୍ଟର ୨୨ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।

