ନବରଙ୍ଗପୁର:8//3,(ଉତ୍କଳ ସମାଚାର) ନରସିଂବାଘ.ଉତ୍କଳ ସମାଚାର ଜିଲ୍ଲା ସାମ୍ବାଦିକ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଆଜି ସୋକାତୁର ସାମ୍ବାଦିକଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି |ପ୍ରକାଶ ଥାଉକି, ଏହି ସାମ୍ବାଦିକ ୱେଲଫେୟାର ଟ୍ରଷ୍ଟ ଦୀର୍ଘ ମାସ ହେବ ସାମ୍ବାଦିକ ମାନଙ୍କ ସୁଖଦୁଃଖର ସାଥୀ ହୋଇ ସବୁବେଳେ ଛିଡା ହୋଇ ଆସୁଛି |ଦଶାକ୍ରିୟା, ବିବାହ, ବ୍ରତ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଶୋକ ସାଗରରେ ଡୁବି ରହିଥିବା ସାମ୍ବାଦିକଙ୍କ ସହିତ ଏକ ପ୍ରକୃତ ବନ୍ଧୁ ଭଳି ଛିଡା ହେବା ସହିତ ସାମ୍ବାଦିକ ତଥା ତାଙ୍କ ପରିବାର ବର୍ଗଙ୍କୁ ଆଶ୍ୱାସନା ଦେବା ସହିତ ମନୋବଳ ବଢ଼େଇ ଆସୁଛି |ଫେବୃଆରୀ 23ତାରିଖ ଦିନ ନବରଙ୍ଗପୁର ସାମ୍ବାଦିକ ୱେଲଫେୟାର ଟ୍ରଷ୍ଟର ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ସାହୁ (ଶାସକ ପ୍ରଶାସକ ଦୈନିକ ଖବର କାଗଜର ଜିଲ୍ଲା ସାମ୍ବାଦିକ )ଙ୍କ ମା 76ବର୍ଷ ବୟସରେ ଦେହାନ୍ତ ହୋଇଥିଲା |ଏହି ଦୁଃଖଦ ଖବର ନବରଙ୍ଗପୁର ସାମ୍ବାଦିକ ୱେଲଫେୟାର ଟ୍ରଷ୍ଟର କର୍ଣ୍ଣ ଗୋଚର ହେବା ପରେ ସଙ୍ଘର ସଦସ୍ୟମାନେ ପ୍ରତିଥର ଭଳି ଚାନ୍ଦା ଆଦାୟ କରି ଆଜି ଶେଷ ଦିନ ତଥା ପ୍ରସାଦ ସେବନ କାର୍ଯ୍ୟକ୍ରମରେ ପହଂଚି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣେଇବା ସହ ମନୋବଳ ବଢ଼େଇଥିଲେ |ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଉପସ୍ଥିତ ନବରଙ୍ଗପୁର ସାମ୍ବାଦିକ ୱେଲଫେୟାର ଟ୍ରଷ୍ଟର ସଦସ୍ୟ ମାନଙ୍କ ମଧ୍ୟରେ. ହିମାଂଶୁ ବାଘ ଲକ୍ଷ୍ମୀ ଚନ୍ଦ୍ର ଟାକ୍ରୀ ଶେଖର ଖୁରା. ନରସିଂବାଘ. ସେବକ ଗରଡ଼ା. ସଂଜୀବ ଖୁରା.ଶ୍ରୀନିବାସ ରାୱା ଓ ସମସ୍ତେ ସାମ୍ବାଦିକ ଭାଇ ଭଉଣୀ. ପ୍ରମୁଖ ଉପସ୍ଥିତ ରହିଥିଲେ
