ନବରଙ୍ଗପୁର, ୮.୩.୨୦୨୬:(ଉତ୍କଳ ସମାଚାର)ମହିଳାମାନଙ୍କ ଶିକ୍ଷା , ସ୍ଵାସ୍ଥ୍ୟ,ଶିଳ୍ପ ,କୃଷି ଆଦି କ୍ଷେତ୍ରରେ ଆର୍ଥିକ ଅଭିବୃଦ୍ଧି ଓ ସାମାଜିକ ସମ୍ମାନ ବୃଦ୍ଧି ତଥା ମହିଳା ସଶକ୍ତି କରଣ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ଏହି ଅବସରରେ ଆଜି ନବରଙ୍ଗପୁର ସହର ସ୍ଥିତ ସରୋଜିନୀ କଲ୍ୟାଣ ମଣ୍ଡପ ଠାରେ ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ–୨୦୨୬ ପାଳନ ସହ ସୁଭଦ୍ରା ଯୋଜନାର ୪ଥ କିସ୍ତି ଅର୍ଥ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ଵାରା ରାଜ୍ୟସ୍ତରର ସୁଭଦ୍ରା ୪ର୍ଥ କିସ୍ତି ଅର୍ଥ ପ୍ରଦାନ କାର୍ଯ୍ୟକ୍ରମକୁ ଲାଇଭ୍ ଟେଲିକାଷ୍ଟ ମାଧ୍ୟମରେ ଦେଖାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଗଦେଇଥିଲେ। ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ , ସିଡିଓ ଜିଲ୍ଲା ପରିଷଦ ନବରଙ୍ଗପୁର ବିରଞ୍ଚି ନାରାୟଣ ଦରୱାନ,ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ ବରେଣ୍ୟ ଅତିଥି ଙ୍କ ସମେତ ପି ଏ, ଆଇ ଟି ଡି ଏ ରାଜୀବ ସାହୁ,ଡି ଏସ ଡ ବ୍ଲୁ ଓ ଦ୍ର ପୌଦୀ କହଁର, ଡି ଡ଼ ବ୍ଲୁ ଓ ରବୀନ୍ଦ୍ର ପାଲକା , ଡି ଆଇ ପି ଆର୍ ଓ ମନୋଜ ବେହେରା, ଡି ସି ପି ଓ ରାଜେଶ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ଡି ଏସ ଡ଼ ବ୍ଲୁ ଓ ସମସ୍ତଙ୍କୁ ସ୍ୱାଗତ କରି ଦିବସ ପାଳନ ର ଉଦ୍ଦେଶ୍ୟ ଉପରେ ସମ୍ୟକ୍ ସୁଚନା ଦେଇ ସୁଭଦ୍ରା ଯୋଜନାର ୪ଥ କିସ୍ତି ପାଇଁ ଜିଲ୍ଲାର ୩,୦୨,୦୬୫ ଜଣ ଲାଭାର୍ଥୀ ଯୋଗ୍ୟ ବିବେଚିତ ହୋଇଥିବା କହିଥିଲେ।ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରାଷ୍ଟ୍ର ଓ ସମାଜର ପ୍ରଗତି ରେ ନାରୀ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିବା ସହ ଆର୍ଥିକ ନିରାପତ୍ତା ଓ ଜୀବିକା ସୁଯୋଗ କୁ ସୁଭଦ୍ରା ଯୋଜନା ଆହୁରି ସୁଦୃଢ କରୁଛି ବୋଲି କହିଥିଲେ।ମାନ୍ୟବର ବିଧାୟକ ଶ୍ରୀ ମାଝୀ ବହୁ ପୁରାତନ କାଳରୁ ଆମର ସମାଜ ନାରୀଙ୍କୁ ଉଚ୍ଚ ସମ୍ମାନ ଦେଇ ଆସିଛି , ମହିଳା ସଶକ୍ତିକରଣ ଓ ସମାଜ ଗଠନରେ ମହିଳାଙ୍କ ଅବଦାନ କୁ ଉଲ୍ଲେଖ କରି ସୁଭଦ୍ରା ଯୋଜନା ଯୋଗୁ ବହୁ ମହିଳା ଉପକୃତ ହେଉଛନ୍ତି ବୋଲି କହିଥିଲେ।ଜିଲ୍ଲାପାଳ ନିଜ ବକ୍ତବ୍ୟରେ ସମାଜକୁ ଏପରି ଏକ ଅନୁକୂଳ ଓ ସୁବିଧା ଜନକ ପରିବେଶ ଗଢିବାକୁ ହେବ,ଯେଉଁଥିରେ ମହିଳା ମାନେ ନିଜକୁ ସୁରକ୍ଷିତ ,ସମ୍ମାନୀତ ଓ ଉତ୍ସାହିତ ମନେ କରିବେ। ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲାରେ ବାଲ୍ୟ ବିବାହ କୁ ସମୂଲେ ନାଶ କରିବା,କିଶୋରୀ ମାତୃତ୍ଵ କୁ ରୋକିବାକୁ ସମସ୍ତଙ୍କ ସହଯୋଗ ଲୋଡିଥିଲେ।
କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର “ନାରୀ ନେତୃତ୍ୱ ଏବଂ ମହିଳା ସଶକ୍ତିକରଣରେ ଉଲ୍ଲେଖନୀୟ ଭୂମିକା ନିଭାଉଥିବା ମହିଳା ଶର୍ମିଷ୍ଠା ଦେଓ, କିଶୋରୀ ପଟ୍ଟନାୟକ, ରଞ୍ଜିତା ସାହୁ,ମନୋରମା ମାଝି, ପ୍ରଭାତୀ ବିଷୋୟୀ ଙ୍କୁ ସମ୍ମାନିତ କରାଯାଇଥିଲା। ସେଥିସହ ବିଭିନ୍ନ ପ୍ରବନ୍ଧ , କୁଇଜ୍,ଚିତ୍ରାଙ୍କନ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀ ଓ ଖେଳକୁଦ କବାଡି ,ଖୋଖୋ, ରଙ୍ଗୋଳି, ସଙ୍ଗୀତ ,ଦୌଡିଟଣା ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ଅଙ୍ଗନବାଡ଼ି କର୍ମୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେଭଳି ଶ୍ରେଷ୍ଠ ସି ଡି ପି ଓ ସଂଯୁକ୍ତା ବେହେରା, ମହିଳା ସୁପରଭାଇଜର କୁନମୁନ ସେନାପତି, ଚନ୍ଦନା ମହାରଣା,ଆଙ୍ଗନବାଡ଼ି କର୍ମୀ ଗୌରୀ ମଣି ହରିଜନ, ଚୂମକି ହିଆଲ, ମୀରା ରାଣୀ ମଜୁମଦାର, ଜୟନ୍ତୀ ଖୋସଲା,ଓ ଆଙ୍ଗନବାଡ଼ି ସହାୟିକା ରାଇବନି ଜାନି , ଦୁମୁଣି ଗୌଡ, ବିମଳା ଗଣ୍ଡଙ୍କୁ ସେବା ଓ କାର୍ଯ୍ୟଦକ୍ଷତା ପାଇଁ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମକୁ ଚନ୍ଦନା ମଲ୍ଲିକ ସଂଯୋଜନା କରିଥିଲେ ଓ ସମାଜ କଲ୍ୟାଣ ବିଭାଗ ର କର୍ମଚାରୀ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ଓନ୍ ଷ୍ଟପ୍ ସେଣ୍ଟର, ଶକ୍ତି ସଦନର କର୍ମଚାରୀ, ଆଭା, ପିରାମଲ ପ୍ଫାଉଣ୍ଡେସନ୍, ସୋଭା ଏନଜିଓ ଓ ହର୍ଷl ଟ୍ରଷ୍ଟ ଏନଜିଓ ର ସଦସ୍ୟମାନେ ମଧ୍ୟ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଆଙ୍ଗନବାଡ଼ି କର୍ମୀ, ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟ ଓ ସାଧାରଣ ଲୋକ ବହୁ ସଂଖ୍ୟାରେ ଯୋଗଦେଇଥିଲେ ଏବଂ ମହିଳା ସଶକ୍ତିକରଣ ପ୍ରତି ସଚେତନତା ବୃଦ୍ଧି ପାଇଥିଲା।

