ନବରଙ୍ଗପୁର, ୦୮/୦୩/୨୦୨୬:(ଉତ୍କଳ ସମାଚାର) ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ, ତରଫରୁ ସରକାରୀ ନର୍ସିଂ କଲେଜ, ନବରଙ୍ଗପୁରର ଛାତ୍ରୀ ଏବଂ ପାରା ଲିଗାଲ ସ୍ବେଛାସେବୀ ମହିଳା ମାନଙ୍କୁ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ପାଳନ ଅବସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଈନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଶାଶ୍ଵତୀ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଅନ୍ୟାନ୍ୟ ଅତିଥି ଭାବେ ଡକ୍ଟର ସସ୍ମିତ। ସାହୁ, ଅଦକ୍ଷ୍ୟା ସରକାରୀ ନର୍ସିଂ କଲେଜ, ନବରଙ୍ଗପୁର, ରାଜ କିଶୋର ନାଗ, ଉପ ମୁଖ୍ୟ ଆଇନ ଗତ ସହାୟତା ପ୍ରତିରକ୍ଷା ପରାମର୍ଶଦାତା, ନବରଙ୍ଗପୁର ମିସ ଚିନ୍ମୟୀ ନାୟକ, ନବରଙ୍ଗପୁର ଯୋଗଦେଇ ମହିଳା ମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରଯାଇଥିଲା ।

