ନବରଙ୍ଗପୁର ତା ୮.୩.୨୦୨୬:(ଉତ୍କଳ ସମାଚାର) ଆଜି ନବରଙ୍ଗପୁର ସାଇ କଲ୍ୟାଣ ମଣ୍ଡପ ଠାରେ ବିଶ୍ଵ ସାମାଜିକ ନ୍ୟାୟ ଦିବସ ପାଳନ ଅବସରରେ ଅବଦାନ ଓ ଅଭୟ ଯୋଜନା ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସକାଳୁ ବୟସ୍କ ମାନଙ୍କୁ ଯୋଗ ମାଧ୍ୟମରେ ଶାରିରୀକ ସୁସ୍ଥ ରଖିବାକୁ ଯୋଗ ଶିକ୍ଷା ଦିଆ ଯାଇଥିଲା । ଯୋଗ ମାଷ୍ଟର ଶାନ୍ତନୁ ପାତ୍ର ଶିକ୍ଷା ଦେଇଥିଲେ । ପରେ ପରେ ସଭାକାର୍ଯ୍ୟ ମଞ୍ଚରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ( ଭାରପ୍ରାପ୍ତ ) ମଳୟ ତ୍ରିପାଠୀ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଡ଼ ରାଧାନାଥ ବେହେରା ,ଖ୍ରୀଷ୍ଟୀୟ ବରିଷ୍ଟ ନାଗରିକ ମଞ୍ଚ ସଦସ୍ୟ ଏସ ଡି ପାତ୍ର, ବରିଷ୍ଟ ନାଗରିକ ନରସିଂହ ତ୍ରିପାଠୀ, ସୁବାସ ସୁର,ମାରାଥନ ଖେଳାଳି ଚିତ୍ତ ରଞ୍ଜନ ପାତ୍ର, ସମାଜ ସେବୀ ମନୋରମା ମାଝୀ ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବରିଷ୍ଠ ବ୍ୟକ୍ତି ଓ ଅଧିକାରୀ ମଞ୍ଚାସିନ ହୋଇଥିଲେ। ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟ ବକ୍ତା ଭାବରେ ଡ ତ୍ରୀପାଠୀ ତାଙ୍କ ବକ୍ତବ୍ୟରେ ବରିଷ୍ଠ ନାଗରିକ ମାନେ ସମାଜର ଦିଗ ଦର୍ଶନ ବୋଲି ଅଭିହିତ କରି ସେମାନଙ୍କ ସ୍ୱାସ୍ଥ୍ୟ ର ସୁରକ୍ଷା ପ୍ରାଥମିକ ଦାୟିତ୍ୱ ବୋଲି କହିଥିଲେ । ଅନ୍ୟତମ ବକ୍ତା ଭାବରେ ଡ ରାଧାନାଥ ବେହେରା, ବରିଷ୍ଟ ନାଗରିକ ବିଭିନ୍ନ କ୍ଷେତ୍ରରେ ଅବହେଳା ହେଉଛନ୍ତି ସେମାନଙ୍କୁ ଉଚିତ ପରାମର୍ଶ ଦେବା ପାଇଁ ସରକାର ତରଫରୁ ପ୍ରତି ତ୍ରୟ ମାସରେ ଗୋଟିଏ ଗୋଟିଏ ସଚେତନା ସଭାର ଆବଶ୍ୟକତା ରହିଛି ତାହା ସରକାର କରିବା ଉଚିତ୍ ବୋଲି କହିଥିଲେ। ବକ୍ତା ଶ୍ରୀ ଚିତ୍ତରଞ୍ଜନ ପାତ୍ର ଜଣେ ମାରାଥନ ଦୌଡ ପ୍ରତିଯୋଗି ଭାବରେ ଏହି ବୟସ ରେ କେମିତି ନିଜ କୁ ମାନସିକ ଏବଂ ଶାରିରୀକ ସ୍ତରରେ ସୁସ୍ଥ ରଖିବାକୁ ହେବ ତାହାର ଉଦାହରଣ ଦେଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଜିର ଏହି ଯୁଗରେ ଅପମିଶ୍ରିତ ଖାଦ୍ୟ ଠୁ ନିଜକୁ ଜାଗ୍ରତ ହୋଇ ରହିବାକୁ କହିଥିଲେ । ସମାଜସେବୀ ମନୋରମା ମାଝୀ ସମାଜକୁ ପରିଚାଳନା କରିବାରେ ପୁରୁଷ ଏବଂ ନାରୀ ର ଭୂମିକା ସମାନ ଏବଂ ପରିବାର ଭିତରେ ନିଜକୁ ଏକା ଅନୁଭବ ନ କରି ସାହି ପଡିଶା ସହ ସମ୍ପର୍କ ରଖିବାକୁ କହିଥିଲେ। ଜିଲ୍ଲା ଆଇନ୍ ପ୍ରାଧିକରଣ ରୁ କିଶୋରୀ ପଟ୍ଟନାୟକ ଆଜିର ସମାଜରେ ଯୌଥ ପରିବାର ହିଁ ସ୍ବାସ୍ଥ୍ୟ ସୁରକ୍ଷା ଦେଇ ପାରିବ ବୋଲି କହିଥିଲେ ।ଜିଲ୍ଲା ଲିଗାଲ ସର୍ଭିସ୍ ରୁ ପ୍ରଶାନ୍ତ ପଟ୍ଟନାୟକ ଯୋଗ ଦେଇ ବରିଷ୍ଠ ମାନଙ୍କ ନିମନ୍ତେ ଥିବା ଆଇନ ଉପରେ ବକ୍ତବ୍ୟ ରଖିଥିଲେ। ଆଶା କିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା ସ୍ବାଗତ ସହିତ ମଞ୍ଚ ପରିଚାଳନା କରିଥିବା ବେଳେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଧନଞୟ ରାଓ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ଜିଲ୍ଲାରୁ ରାମ ମୂର୍ତ୍ତି ପଟ୍ଟନାୟକ , ନଗେନ୍ଦ୍ର ପଟ୍ଟନାୟକ,ଗୋପାଳ ମିଶ୍ର ,ସତ୍ୟବାଦୀ ଷଡ଼ଙ୍ଗୀ ,ନାରାୟଣ ପଣ୍ଡା ,ଜି ପ୍ରକାଶ ସାମନ୍ତରାୟ, ହବିବ ମହମ୍ମଦ,ଗୁପ୍ତେଶ୍ୱର ପଣ୍ଡା,ମନିଷା ରଥ,ବୃନ୍ଦାବନ ବେବର୍ତ୍ତା ,ସାନୁ,ପୀତବାସ,ରୀଙ୍କୁ, ଇନ୍ଦ୍ରମଣି ମଙ୍ଗରାଜ, ରୀନାରାଣୀ ସାହୁ ,ସନ୍ଧ୍ୟାରଣି ବେହେରା ,ଶାନ୍ତି ପଣ୍ଡା ,ରଶ୍ମିତା ପ୍ରଧାନ ସହିତ ଅନେକ ଯୋଗଦାନ କରିଥିଲେ। ସମସ୍ତ ଉପସ୍ଥିତ ବରିଷ୍ଟ ନାଗରିକ ମାନଙ୍କୁ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରା ଯାଇଥିଲା ।

