ରାଉରକେଲ:9//3,(ଉତ୍କଳ ସମାଚାର)ଆଜି ତରେ ପ୍ରତିବର୍ଷ ପରି ରାଉରକେଲା ବିଜୁ ମହିଳା ଜନତା ଦଳର ନୂତନ ଦାଇତ୍ବ ପାଇଥିବା ଜିଲ୍ଲା ସଭାନେତ୍ରୀ ସନ୍ଧ୍ୟା ରାଣୀ ଲାକ୍ରାଙ୍କ ନେତୃତ୍ୱରେ ତଥା ରାଉରକେଲା ସଭାନେତ୍ରୀ ଯୋଷ୍ମା ନାୟକ,ପୂର୍ବତନ ପୌରାଧକ୍ଷା ରଶ୍ମିବାଳା ମିଶ୍ର,ଛବି ମହାନ୍ତି,ଜୟଶ୍ରୀ ପାନିଗ୍ରାହୀ,ଭାରତୀ ଗୁମାନ ସିଂହ,ସିତା ପ୍ରଧାନ,ମୌସୁମୀ ଶତ୍ପଥୀ ଙ୍କ ସହଯୋଗରେ ବାସନ୍ତୀ ସାସ୍କୃତିକ ପରିଷଦ ଠାରେ ଅପରାହନ୍ନ ୩ ରୁ ୭ଟା ପର୍ଯ୍ୟନ୍ତ ବିଜୁ ମହିଳା ଜନତାଦଳର ସଭ୍ୟ।ମାନଙ୍କ ଦ୍ବାରା ଅନୁର୍ଜାତିକ ମହିଳାଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥ୍ ଭାବେ ରାଉରକେଲାର ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ନିଜର ଭଉଣୀ କର୍ମୀମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ,ଆପଣମାନେ ରାଉରକେଲାକୁ ଅଧୂକ ଭଲପାଉଥିବା ତଥା ଆମର ସର୍ବଶ୍ରେଷ୍ଠ ନେତା ନବୀନ ବାବୁଙ୍କ ପ୍ରଚଣ୍ଡ ପ୍ରଶଂସକ । ଆପଣ ମାନଙ୍କର ନିଷ୍ଠା,କର୍ତବ୍ୟ,ଅବଦାନ ଦ୍ବାରା ରାଉରକେଲା,ଏକ ଅତ୍ୟାଧୁନିକ ସହରରେ ପରିଣତ ହେବାକୁ ଯାଉଛି । ସମ୍ମାନୀୟ ଅତିଥିଭାବେ ଜିଲ୍ଲା ସଭାପତି ପ୍ରଦୀମ୍ନ ତ୍ରିପାଠୀ ମହିଳାମାନଙ୍କର ସୁନ୍ଦର କାର୍ଜ୍ୟକ୍ରମକୁ ପ୍ରଶଂସା କରିଥିଲେ । ବିଭିର୍ଣ ପ୍ରକାର ଖେଳ ପ୍ରତିଯୋଗୀତା କରାଯାଇ ସଫଳ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା । ବରିଷ୍ଠ ନେତା ବିରେନ ସେନାପତିଙ୍କ ଦ୍ବାରା ପ୍ରଶ୍ନ ଓ ଉତର କାର୍ଜ୍ୟକ୍ରମ ଅତ୍ୟନ୍ତ ଉପଭୋଗୀ ଥୁଲା,ଯାହାକି ସଠିକ ଉତରଦେଇ ଅନେକ ଭଉଣୀ ପୁରସ୍କାର ଜିତି ପାରିଥିଲେ । କାର୍ଜ୍ୟକ୍ରମରେ ବରିଷ୍ଠ ନେତା ସୁଦାମ ଦାଶ,ଗଗନ ପଣ୍ଡା, ତରେଣୀ ଶେଠୀ,ପ୍ରଶାନୁ ଶେଠୀ,ଜୟନ୍ତ କୁମାର ମିଶ୍ର,ଶ୍ରୀବଛ କୁଅଂର,କୃଷ୍ଣ ଚନ୍ଦ୍ର ଭଞ୍ଜ, ସୁଧାଂଶୁ ସାମଲ,ସୁଶାନ୍ତ ରାଉତ, ବାବୁ ଖାନ,ସଞ୍ଜିତ ଛୋଟରାୟ, ବିଭୁତି ପୁହାଣ,ପିଙ୍କୁ ଜୟସ୍ବଳ,ପପୁ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।
