ରାଉରକେଲ:9//3,(ଉତ୍କଳ ସମାଚାର) ଆଜି ରାଉରକେଲାର ସେକ୍ଟର -୨୦ କମ୍ୟୁନିଟ ସେଣ୍ଟର ପରିସରରେ ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ମହିଳା ଯୋଗ ସମିତି ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନି ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଥିଲା । ରାଜ୍ୟ ମହିଳା ପ୍ରଭାରୀ ଜେ ଗିରିଜା ଦେବୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ବୈଦିକ ରୀତି ଅନୁଯାୟୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ବିଷ୍ଣୁପ୍ରିୟା ଦାଶ, ନିରୁପମା ନାୟକ ଓ ସନ୍ଧ୍ୟାରାଣୀ ପତ୍ରି ସ୍ୱାଗତ ବନ୍ଦନା ଗାନ କରିଥିଲେ । ଏହି ଅବସରରେ ରାଜ୍ୟ ମହିଳା ପ୍ରଭାରୀ ମହିଳା ଦିବସର ତାତପର୍ଯ୍ୟ ଉପରେ ଆଲୋକପାତ କରିବା ସହ ସନାତନ ଧର୍ମରେ ମଧ୍ୟ ଦେବୀଙ୍କ ନାମ ପ୍ରଥମେ ଉଚ୍ଚାରଣ କରାଯାଇ ସମ୍ମାନର ସହିତ ଉଚିତ ସ୍ଥାନ ଦିଆ ଯାଉଥିଲା ବୋଲି ପ୍ରକାଶ କରିଥିଲେ । ଭାରତୀୟ ସଂସ୍କୃତି ଓ ସମାଜରେ ମହିଳାଙ୍କୁ ପ୍ରାଥମିକତା ଦିଆ ଯାଉଥିଲା । ସମାଜରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ପାଇଁ ମହିଳା ଓ ପୁରୁଷ ଉଭୟେ ଦାୟୀ ବୋଲି ପ୍ରକାଶ କରିଥିଲେ । ଆମେ ସବୁ ଭାଇ ଭଉଣୀ ମିଳି ମିଶି ନାରୀ ସଶକ୍ତିକରଣ କରିବା ବୋଲି କହିଥିଲେ । ସମ୍ମାନିତ ଅତିଥି ରାଜ୍ୟ ସହ ପ୍ରଭାରୀ ଶ୍ରୀ ଅକ୍ରୁର ମାର୍ଥା ମହିଳାଙ୍କୁ ସସମ୍ମାନ ସହିତ ସବୁ କ୍ଷେତ୍ରରେ ଭାଗିଦାରୀ ଦେବା ପାଇଁ ଦୃଢ଼ ସ୍ୱରରେ କହିଥିଲେ । ସେ ସ୍ଵାଧୀନ ଭାରତରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପଦ ପଦବୀ ରେ ଓ ବିଶିଷ୍ଟ କ୍ଷେତ୍ରରେ ମାତୃଶକ୍ତିଙ୍କୁ ବଡ଼ ପଦ ପଦବୀରେ ଅଗ୍ରାଧିକାର ଦିଆ ଯାଇଛି ବୋଲି ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବି. ଏସ. ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା PYS ପ୍ରଭାରୀ ପ୍ରଦୀପ୍ତ ସାହୁ, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ, ଜିଲ୍ଲା ମହିଳା ସୋସିଆଲ ମିଡ଼ିଆ ପ୍ରଭାରୀ ଆରତୀ କର, ଜିଲ୍ଲା ବି. ଏସ. ଟି ମହାମନ୍ତ୍ରୀ ଆରତୀ ସାହୁ, ଜିଲ୍ଲା ମହିଳା ମହାମନ୍ତ୍ରୀ ରଞ୍ଜିତା ପାଣିଗ୍ରାହୀ, ଜିଲ୍ଲା ମହିଳା କୋଷାଧ୍ୟକ୍ଷ ବିଷ୍ଣୁପ୍ରିୟା ଦାଶ, ଜିଲ୍ଲା ସମ୍ବାଦ ପ୍ରଭାରୀ କୌଶଲ୍ୟା ପୃଷ୍ଟି ଆଦି ମଞ୍ଚାସୀନ ଥିବା ବେଳେ ମହିଳା ସଂଗଠନ ମନ୍ତ୍ରୀ ସନ୍ଧ୍ୟାରାଣୀ ସାହୁ ପରିଚାଳନା କରିଥିଲେ । ମହିଳା ଦିବସ ଉପଲକ୍ଷେ କରା ଯାଇଥିବା ବିବିଧ ପ୍ରତିଯୋଗିତା ଯଥା ଶଙ୍ଖ , ହୁଳ ହୁଳି, ସଙ୍ଗୀତ, ଯୋଗାସନ, ରଙ୍ଗୋଲି, ସୋଲୋ ଓ ଗ୍ରୁପ୍ ନୃତ୍ୟ, କୁଇଜ୍ ଆଦି କରା ଯାଇଥିଲା । ଏଥିରେ ବିଜୟିଙ୍କୁ ପ୍ରଥମ, ଦିତ୍ୱୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରା ଯାଇଥିଲା । ପରିଶେଷରେ ଏହି କେନ୍ଦ୍ରର ପରିଚାଳକ ହେମନ୍ତ କୁମାର ଜେନା, ଶରତ ଚନ୍ଦ୍ର ଦାସ ଓ ସମସ୍ତ ଭାଇ ଓ ଭଉଣୀ ମାନେ ଏବଂ କମ୍ୟୁନିଟ ସେଣ୍ଟରର ସଭାପତି ଓ କର୍ମୀ ମାନେ ସମସ୍ତ ପ୍ରକାର ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଯୋଗ ଶିକ୍ଷୟତ୍ରୀ, ସାଧିକା ଭଉଣୀ ମାନେ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।

