ସମ୍ବଲପୁର,୦୯/୦୩(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ମହାନଗର ନିଗମ ଧନକଉଡ଼ା ଅନ୍ତର୍ଗତ ଖେଳ ପଡିଆ ଠାରେ ଡ଼ିଏକ୍ସ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଦୁଇ ଦିନିଆ ଚତୁର୍ଥ ରଜତ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି l ଆଜିର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ କିଶୋର ସାହୁ, ଧନକଉଡ଼ା ଦୁର୍ଗାପୂଜା କମିଟିର ସଭାପତି ଦିବାକର ଖୁଣ୍ଟିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ରତ୍ନାକର ବେହେରା ଯୁବକ ସଙ୍ଘର ସମ୍ପାଦକ ତଥା ରାଜ୍ୟ ବିଜୁ ଯୁବ ଜନତା ଦଳର ଉପ ସଭାପତି ହୀରାଲାଲ ବେହେରା ଯୋଗଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ କ୍ରିକେଟ କ୍ଲବର ସଭାପତି ଚିନ୍ମୟ ଦାସ, ନୀଳମଣି ସାହୁ, କୁନା ସୁସାରୀ, ଆକାଶ କୁମାର ସାହୁ, ସାଗର ଦାସ, ଗୌତମ ପଣ୍ଡା, ଲଷ୍ମୀକାନ୍ତ ସାହୁ, ପର୍ଶୁରାମ ପଣ୍ଡା ପ୍ରମୁଖ ଉପସ୍ଥିତଥିଲେ l ଟୁର୍ନାମେଣ୍ଟ ରେ ସମୁଦାୟ ୧୬ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଉନ୍ନତ ଖେଳ ପ୍ରଦର୍ଶନ କରି ସମ୍ବଲପୁର ଷ୍ଟେଫଅଫ ଏବଂ ଶ୍ରୀରାମ ଫାଇଟର ସମ୍ବଲପୁର କ୍ରିକେଟ ଦଳ ଫାଇନାଲ ରେ ପହଞ୍ଚି ଥିଲେ l ଦୁଇ ଦଳ ମଧ୍ୟରେ ଆଜି ଫାଇନାଲ ମେଚ ଅନୁଷ୍ଠିତ ହୋଇଥିଲା l ଏଥିରେ ଶ୍ରୀରାମ ଫାଇଟର ସମ୍ବଲପୁର ଦଳ ୮ ଓଭର ରେ ୧୦୮ ରନ କରି ଷ୍ଟେପଅଫ ସମ୍ବଲପୁର ଦଳ କୁ ହରାଇ ଚେମ୍ପପିୟାନ ହୋଇଥିଲା l ଖେଳ ସରିବା ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହୋଇଥିଲା l ମୁଖ୍ୟ ଅତିଥି ଗଣ ବିଜେତା ତଥା ଉପ ବିଜେତା ଦଳ କୁ ଟ୍ରଫି ପ୍ରଦାନ କରିଥିଲେ l ଟୁର୍ନାମେଣ୍ଟ ପରିଚାଳନାରେ କ୍ଲବର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ I

