ରାଉରକେଲା ୯/୩,(ଉତ୍କଳ ସମାଚାର) ମା ଇନ୍ଦିରା ମହିଳା ସମିତି ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ରାଉରକେଲା ସହରର ସିଭିଲ୍ ଟାଉନସିପ୍ ସ୍ଥିତ ଧନଞ୍ଜୟ ପାର୍କ ପରିସରରେ ୩୦୦ରୁ ଉର୍ଦ୍ଧ୍ବ ମହିଳାଙ୍କୁ ନେଇ ମହିଳା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଜରୁରୀ କାର୍ଯ୍ୟ ବଶତଃ ମହିଳା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ନପାରି ଫୋନରେ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ମୁଖ୍ଯ ବକ୍ତା ବିପିଏସ୍ ସ୍କୁଲର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ସୌଦାମିନୀ ସିଂ, ସମ୍ମାନୀୟ ଅତିଥି ଭାବେ ସନ୍ଧ୍ୟା ଲାକ୍ରା, ସାବିତ୍ରୀ ଜୟପୁରିଆ, ମରୁମାୟା ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ତାଙ୍କ ବକ୍ତବ୍ୟରେ ମହିଳାମାନେ କିପରି ସମାଜରେ ନିଜର ପରିଚୟ ସୃଷ୍ଟି କରିପାରିବେ, ଶିକ୍ଷା ମାଧ୍ୟମରେ ମହିଳାଙ୍କୁ ପ୍ରେରଣା ଦେଇଥିଲେ। ସମ୍ମାନୀୟ ଅତିଥିମାନେ ସମସ୍ତ ମହିଳାଙ୍କୁ ସମାଜର ଭଲ କାମ କରିବା ପାଇଁ ପ୍ରେରଣା ଦେଇଥିଲେ। ସ୍ବାଗତ ଭାଷଣରେ ସମିତିର ଉପସଭାପତି ତଥା ଓ୍ବାଟର ଆଣ୍ଡ ରିସର୍ଚ୍ଚର ନିର୍ଦ୍ଦେଶିକା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସମିତିର ସଭାପତି ଓ ସହର ସେବା ସମିତିର ସମ୍ପାଦକ ତାଙ୍କ ବକ୍ତବ୍ୟରେ ସନ୍ତାନଙ୍କୁ ମୂଳରୁ ସଂସ୍କାରି କରି ଗଢି ତୋଳିବା ସହ ମହାପୁରୁଷଙ୍କ କାହାଣୀ ଶୁଣାଇବା ବର୍ତ୍ତମାନ ଯୁଗର ଆବଶ୍ୟକତା ହୋଇପଡିଛି। ପ୍ରତ୍ଯେକ ବର୍ଷ ପରି ଚଳିତ ବର୍ଷ ପ୍ରତିଭାଶାଳୀ ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ପ୍ରତିଭାଶାଳୀ ମହିଳାଙ୍କ ମଧ୍ୟରେ ଅସୀମା ଦାସ, ଲିଲି ସ୍ବାଇଁ, ପ୍ରମିଳା ଖଟୁଆ, ମମତା ସାମଲ, ରାନୁ ମହାପାତ୍ରଙ୍କ ସମେତ ଭଲ ସାମ୍ବାଦିକତା ପାଇଁ ବିଜୟ ପ୍ରଧାନ, ପ୍ରଦୀପ ବେହେରା, ସମାଜ ସେବା ପାଇଁ ବୈଲୋଚନ ସାହୁଙ୍କୁ ସମ୍ମାନୀତ କରାଯାଇଥିଲା।

