ନବରଙ୍ଗପୁର ତା ୦୯. ୦୩. ୨୦୨୬:(ଉତ୍କଳ ସମାଚାର) ଆଜି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଶକ୍ତି ସଦନ ପରିସରଠାରେ ଆଇ ଏସ ଆର ଡ଼ି ୱାନ ଷ୍ଟପ ସେଣ୍ଟର ସଖୀ ଶକ୍ତି ସଦନ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ। ଆଇ ଏସ ଆର ଡ଼ି ନିର୍ଦ୍ଦେଶକ ସୁଧୀର ସାବତ ସ୍ୱାଗତ ସମ୍ଭାଷଣ ଦେବା ସହ ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୬ର ବାର୍ତ୍ତା “ସଶକ୍ତ ଓ ସ୍ୱାବଲମ୍ବୀ ମହିଳା ନିମନ୍ତେ ସମାନ ସୁଯୋଗ” ଉପରେ ଆଲୋକପାତ କରିଥିଲେ। ରଞ୍ଜିତା ସାହୁ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ କହିଥିଲେ ଏହା ପରେ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଜିଲ୍ଲା ପାଳ ମହିଳାମାନେ କିପରି ଅବହେଳିତ ନିଷ୍ପେସିତ ନ ହୋଇ ସମାଜର ବିକାଶ କ୍ଷେତ୍ରରେ ସାମିଲ ହେବେ ତା ଦିଗରେ ସର୍ବଦା ଜିଲ୍ଲା ପ୍ରଶାସନ ମହିଳା ଙ୍କ ସହିତ ରହିଛି ବୋଲି ପ୍ରତିଶୃତି ଦେଇ ସମାଜ ପ୍ରତି ମହିଳା ମାନଙ୍କ ବିଶେଷ କରି ମା ଙ୍କ ଅବଦାନ କୁ ସମ୍ମାନ ଜଣେଇ ଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରପୌଦୀ କହଁର ଜଣେ ମହିଳା ସ୍ୱାବଲମ୍ବୀ ଶିକ୍ଷିତା ହେଲେ କିପରୀ ସମାଜ ସଶକ୍ତ ହେବ ଏହା ଉପରେ ଆଲୋଚନା କରିଥିଲେ। ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ସମାଜରେ ନାରୀଙ୍କ ଅବଦାନକୁ ନେଇ ସମ୍ମାନ ଜଣେଇଥିଲେ। କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମୀର କୁମାର ପାତ୍ର ,ମହିଳା ସୁରକ୍ଷା ଅଧିକାରୀ ରୋମା ପଟ୍ଟନାୟକ, ଶିଶୁ ମଙ୍ଗଳ କମିଟି ଅଜନ୍ତା ଶୁଭଦର୍ଶୀନୀ, କୁନି ମଣି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ମିନତୀ ଦାସ ସି ଡ଼ି ପି ଓ, ଡାବୁଗାଁ, ସସ୍ମିତା ଦାସ ଏ ଏସ ଆଇ, ଉର୍ମିଳା ବ୍ରହ୍ମା ଅଧ୍ୟାପିକା ଅର୍ଥନୀତି, ଭୈରବ କଲେଜ ଡାବୁଗାଁ ହବ ଜିଲ୍ଲା ସଂଯୋଜିକା ସରିତା ପାଣି ସସ୍ମିତା ପାତ୍ର କର୍ମକର୍ତ୍ତା ସୌରଭ ଉପାଧ୍ୟାୟ ଆଭା ସମେତ ଅତିଥି ଉପସ୍ଥିତ ରହି ମହିଳାଙ୍କ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।ଏହା ସହ ଜିଲ୍ଲା ଏବଂ ଡାବୁଗାଁ ବ୍ଲକ ର ବିଭିନ୍ନ ବିଭାଗର ମହିଳା ମାନଙ୍କୁ ସମ୍ମାନିତ କରାଗଲା ସେମାନଙ୍କ ମଧ୍ୟରୁ ଉପ ଆରକ୍ଷୀ ଅଧିକ୍ଷକ ସରୋଜ କିସ୍ପୋଟା , ଦ୍ରୌପଦୀ କହଁର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ରୋମା ପଟ୍ଟନାୟକ ମହିଳା ସୁରକ୍ଷା ଅଧିକାରିଣୀ, ସସ୍ମିତା ଦାସ ଏ ଏସ ଆଇ ଡାବୁଗାଁ, ବୀଣା ମାଝୀ ଡାବୁଗାଁ ପଂଚାୟତ ସମିତି ଅଧ୍ୟକ୍ଷା, ୱାର୍ଡ ମେମ୍ବର ମନରମା ଜାନି, ମିନତୀ ଦାସ ସି ଡ଼ି ପି ଓ, ଡାବୁଗାଁ, ବିମଳା ନାୟକ ମଣ୍ଡଳ ପରିଦର୍ଶିକା, ଉର୍ମିଳା ବ୍ରହ୍ମା ଅଧ୍ୟାପିକା ଅର୍ଥନୀତି ଡାବୁଗାଁ କଲେଜ, ସୌଦାମିନୀ ସାହୁ ନର୍ସିଙ୍ଗ ଅଫିସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାବୁଗାଁ, ସବିତା ମିଶ୍ର ସ୍ୱାସ୍ଥ୍ୟ କର୍ମୀ,ସନ୍ଧ୍ୟା ରାଣୀ ପାଢ଼ୀ ଅଙ୍ଗନବାଡି ଘୋଡ଼ାଖୁଣ୍ଟା,ରାଇମତି କନ୍ଧପାନ , ଅଙ୍ଗନବାଡି ନୂଆଗୁଡା, ମମତା ବେହେରା , ଅଙ୍ଗନବାଡି ହାଟପଦା, ସଂଗୀତା ସାହୁ ଗୋଷ୍ଠୀ ସହାୟିକା, ଜ୍ୟୋତ୍ସ୍ନା ନାୟକ ଗୋଷ୍ଠୀ ସହାୟିକା, ଶାନ୍ତି ବିଷୋୟୀ ଗୋଷ୍ଠୀ ସହାୟିକା,ମଧୁସ୍ମିତା ବିଷୋୟୀ ସଭାପତି ମା ବୈଷ୍ଣବୀ ସ୍ୱୟଂ ସହାୟକ ଗୋଷ୍ଠୀ ,ଜ୍ୟୋସ୍ନା ସିଂ, ଆଶା କର୍ମୀ ଡଙ୍ଗରୀଗୁଡା ଲିପ୍ସା ପ୍ରଧାନୀ , ଆଶା କର୍ମୀ କେଲିଆ ଙ୍କୁ ସମ୍ମାନିତ କରାଗଲା। ଏହି ଅବସରରେ ଶକ୍ତି ସଦନ ତରଫରୁ ଅନ୍ତେବାସି ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା ଏବଂ ସେମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଗଲା। ଏହିପରି ନିର୍ଯ୍ୟାତିତା ବାଳିକା ଏବଂ ମହିଳା ମାନଙ୍କ ନିମନ୍ତେ ଦୀର୍ଘ ବର୍ଷ ହେବ ଆଇ ଏସ ଆର ଡ଼ି ଅଧୀନସ୍ଥ ୱାନ ଷ୍ଟପ ସେଣ୍ଟର ଏବଂ ଶକ୍ତି ସଦନ କାର୍ଯ୍ୟ କରି ଆସୁଛି । ଶେଷରେ ସରିତା ପାଣି ଜିଲ୍ଲା ସଂଯୋଜିକା ଧନ୍ୟବାଦ ଅର୍ପଣ କରି ଥିଲେ।ଏହି କାର୍ଯ୍ୟକ୍ରମ କୁ ପ୍ରଭାତ ପାଢ଼ୀ, ଗୋପାଳ ଦଳବେହେରା, ଗୀତାଞ୍ଜଳି ପାଣିଗ୍ରାହୀ, ସ୍ମରଣିକା ପଟ୍ଟନାୟକ, ଜସ୍ମିନ ସିଂ, ପିନି ଖୋସଲା, ମମିତା ମହାନ୍ତି, ଟୁନି କନ୍ଧ ପାନ, ସ୍ଵର୍ଣ୍ଣଲତା ବେନିଆ, ରଶ୍ମିତା ଜାଲ, ରାଇମତି ହରିଜନ, ଡିସେମ୍ବର ହରିଜନ ପ୍ରମୁଖ ସଂଯୋଜନା କରିଥିଲେ।

