ନବରଙ୍ଗପୁର.ନରସିଂବାଘ.(ଉତ୍କଳ ସମାଚାର) ତା ୯.୩.୨୦୨୬: ଆଜି ଝରିଗାଁ ବ୍ଲକ ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ବି ଡି ଓ ମଧୁସୂଦନ ମାଝୀ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ଏହି ଜନ ଶୁଣାଣି ଶିବିରରେ ମୋଟ ୩୦ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୨ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୮ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା।୧ ଟି ଅଭିଯୋଗର ସମାଧାନ ତତ କ୍ଷଣାତ କରାଯାଇଥିଲା।ସାମାଜିକ ସୁରକ୍ଷା ବିଭାଗ ତରଫରୁ ଚିହ୍ନଟ ଦିବ୍ୟାଙ୍ଗ ମାନଙ୍କୁ ୮ ଟି ହୁଇଲ ଚେୟାର ଓ ୨ ଟି ଟ୍ରାଇ ସାଇକଲ ପ୍ରଦାନ କରାଯାଇଥିଲା। ବିଭିନ୍ନ କାରଣରୁ ଅଙ୍ଗହୀନ ହୋଇଥିବା ୨ ଜଣ ଦିବ୍ୟାଙ୍ଗ କୁ କୃତିମ ଅଙ୍ଗ ପ୍ରଦାନ ନିମନ୍ତେ ମାପ ନିଆଯାଇଥିଲା।ସେଭଳି ବିଭିନ୍ନ କାରଣରୁ ଆହତ ଏବଂ ଅକ୍ଷମ ୧୩ଜଣ ରୋଗୀଙ୍କୁ ଉତ୍ତମ ଶାରୀରିକ ଚିକିତ୍ସା ନିମନ୍ତେ ଉନ୍ନତ ପୁନର୍ବାସ କେନ୍ଦ୍ର ରେ ଯନ୍ତ୍ରଣା ଉପଶମ ଓ ଚିକିତ୍ସା ପାଇଁ ପଦକ୍ଷେପ ନିଆଗଲା।

