ସମ୍ବଲପୁର,୦୯/୦୩(ଉତ୍କଳ ସମାଚାର),(ସରୋଜ ସାହୁ):ଉଚ୍ଚଶିକ୍ଷା ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ଥିତ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବିଜୁପଟ୍ଟନାୟକ ପ୍ରେକ୍ଷାଳୟରେ ସପ୍ତ ଦିବସାତ୍ମକ ଜାତୀୟ ସଂଘତି ଶିବିର ଅନୁଷ୍ଠିତ ହେଉଅଛି I ସମାରୋହର ଦ୍ବିତୀୟ ଦିବସରେ ପ୍ରାତଃ ସମୟରେ ସୁସ୍ଥ ଓ ନୀରୋଗ ଜୀବନ ପାଇଁ ଯୋଗଭ୍ୟାସ କରାଯାଇଥିଲା I ପରବର୍ତ୍ତୀ ସମୟରେ ସୂଚନା ଅଧିକାର ଆଇନ ଉପରେ ଆଲୋଚନା କରାଯାଇଥିଲା I ଆଲୋଚକ ଭାବରେ ଆଇନ ବିଭାଗର ପ୍ରଫେସର ଡ଼. ପ୍ରୟାସ ଡନସନା ଯୋଗଦେଇଥିଲେ I ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଚିତ୍ରାଙ୍କନ ଓ ତତ୍କାଳୀକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଏଥିରେ ସମସ୍ତ ଅଧିକାରୀ ସହଯୋଗ କରିଥିଲେ I

