ସମ୍ବଲପୁର,୧୧/୦୩(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ବିଶ୍ୱବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସପ୍ତ ଦିବସୀୟ ଜାତୀୟ ସଂଘତି ଶିବିର ଆୟୋଜିତ ହେଉଅଛି I ଏହି ଅବସରରେ ମଙ୍ଗଳବାର ଶିବିରର ତୃତୀୟ ଦିବସରେ ରାଜ୍ୟ ଜାତୀୟ ସେବା ଯୋଜନା ପ୍ରଯୋଜନାରେ ଏବଂ ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ଜାତୀୟ ସେବା ଯୋଜନା ସେଲ ପକ୍ଷରୁ ସାଇବର ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ହୀରାକୁଦ ଥାନା ଅଧିକାରୀ ସୁବ୍ରତ ପାଣିଗ୍ରାହୀ ଦେଶର ୧୨ ଟି ବିଭିନ୍ନ ରାଜ୍ୟରୁ ଆସିଥିବା ୨୨୦ ଜଣ ସ୍ବେଚ୍ଛାସେବୀ ଏବଂ ସଂଯୋଜକ ମାନଙ୍କୁ ସାଇବର ସୁରକ୍ଷା ସଚେତନତା ଉପରେ ଶିକ୍ଷା ଦେଇଥିଲେ। ଆଜିର ଏହି ସାଇବର ସଚେତନତା କାର୍ଯ୍ୟକ୍ରମକୁ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ସଂଯୋଜକ ଡ଼. ବିରେନ୍ଦ୍ର ବେହେରା ସଂଯୋଜନା କରିଥିଲେ।

