ରାଉରକେଲା :11//3,(ଉତ୍କଳ ସମାଚାର) ଜଗଦା ସ୍ଥିତ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସପ୍ତମ ବାର୍ଷିକୋତ୍ସବ ଜଗଦା ବାଟ ମଙ୍ଗଳା ସ୍ଥିତ ଶକ୍ତି ଭବନ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ତ୍ରିଲୋଚନ ପରିଡ଼ାଙ୍କ ସଭାପତିତ୍ବ ସାଧାରଣ ସମ୍ପାଦକ ମଧୁସୂଦନ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଏନ୍ଆଇଟି ର ପ୍ରାକ୍ତନ ପ୍ରଫେସର ଡ ହୃଷିକେଶ ନାୟକ ତଥା ବସ୍ତିଆ ମେମୋରିଆଲ ଟ୍ରଷ୍ଟର ନିର୍ଦ୍ଦେଶକ ଗୈ।ତମ ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ବରିଷ୍ଠ ନାଗରିକ ମାନେ ଆମ ସମାଜର ସମ୍ପତ୍ତି। ସେମାନଙ୍କ ଅଭିଜ୍ଞତା ଓ ଦିଗଦର୍ଶନ ରେ ସମାଜ ଆଗକୁ ବଢିପାରିବ। ତେଣୁ କୈ।ଣସିମତେ ସେମାନଙ୍କୁ ହତାଦର କିମ୍ବା ଅବହେଳା କରାଯାଇପାରିବ ନାହିଁ। ସର୍ବୋପରି ସେମାନଙ୍କ ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ। ଏଥିପାଇଁ ସରକାର ଓ ବିଭିନ୍ନ ଅନୁଷ୍ଠାନ ତତ୍ପର ଥିବାବେଳେ ଏହି ଅନୁଷ୍ଠାନର କାର୍ଯ୍ୟକ୍ରମ ସେମାନଙ୍କ ପ୍ରତି ତଥା ଅନ୍ୟ ମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ। କାର୍ଯ୍ୟକ୍ରମରେ ପଦ୍ମଚରଣ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ଅନୁପସ୍ଥିତିରେ ତାଙ୍କ ପୁତ୍ର ଅଧିବକ୍ତା ବିଜୟ ପଟ୍ଟନାୟକ ଏହାକୁ ଗ୍ରହଣ କରିଥିଲେ। ସେହିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ସମାଜସେବୀ ସଞ୍ଜୀବ କୁମାର ମହାନ୍ତି,ଡ କେ ସି ବାରିକ, ନୀଳମଣି ପ୍ରଧାନ, ମନୋରଞ୍ଜନ ଦାଶ, ପ୍ରଦୀପ ପତି, କୃପାସିନ୍ଧୁ ବେହୁରିଆ, ପ୍ରଶାନ୍ତ ବେହେରା,ଗୋକୁଳି ସାମଲ, ପିତାମ୍ବର ଲେଙ୍କା, ପ୍ରଭାତ କୁମାର ମହାନ୍ତି, ଧର୍ମାନନ୍ଦ ପୃଷ୍ଟି,ଲକ୍ଷ୍ମୀଧର ନାୟକ, ହୃଷିକେଶ ନାୟକ, ଦେବାନନ୍ଦ ମହନ୍ତ, ବସନ୍ତ ବାରିକ,ବାଣୀବ୍ରତ ଭୋଳ, ଚାନ୍ଦମଣି ବେହୁରିଆ, ପ୍ରଧ୍ୟାପକ ଦେବେନ୍ଦ୍ର ପାଢ଼ୀ,ଯୋଗେନ୍ଦ୍ର ରଣା, କାଶୀନାଥ ପଣ୍ଡା, କ୍ରିଷ୍ଣା ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

