ରାଉରକେଲା:11//3,(ଉତ୍କଳ ସମାଚାର) ଇସ୍ପାତ ନଗରୀ ରାଉରକେଲା ଠାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ବଡ ଧୁମଧାମରେ ପାଳିତ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ନାରୀ କିପରି ନାରାୟଣୀ, ସମାଜକୁ ସେମାନଙ୍କ ଅବଦାନ ଓ ତ୍ୟାଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। *ଯୁବ ହଷ୍ଟେଲ ରାଉରକେଲା ଶାଖା* ରାଉରକେଲା: ସେକ୍ଟର ୩ ସ୍ଥିତ ରାଉରକେଲା ଯୁବହଷ୍ଟେଲ ଶାଖା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ହସ୍ଟେଲର ସଭାପତି ପ୍ରତାପ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ନିରଞ୍ଜନ ବେହେରା ଙ୍କ ଆବାହକତ୍ଵ ତଥା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଏନ୍ଆଇଟି ର ପ୍ରଫେସର ସୁସ୍ମିତା ଦାସ ଯୋଗଦେଇ ଉପସ୍ଥିତ ସଦସ୍ୟ ଓ ସଦସ୍ୟା ମାନଙ୍କୁ ଏହି ଦିବସର ପାଳନ ଓ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ପିଙ୍କ୍ ଅଟୋ ଚାଳକ ରୋମିଲା ସିଂ ଓ ଦିବ୍ୟାଙ୍ଗ ଅଧ୍ୟାପିକା ଅପରାଜିତା ସାମଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୋନାଲିସା ଗୈ।ଡଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ନାରାୟଣ ପତି, ସ୍ଥାନୀୟ ଉପସଭାପତି ଜି ଏନ୍ ଶ୍ରୀବାସ୍ତବ, କୋଷାଧ୍ୟକ୍ଷ ଏସ ଏନ ଲେଙ୍କା, ସରୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଷ୍ଣୁପ୍ରିୟା ସ୍ବାଇଁ ଓ କବିତା ବିଶୋଇ ପ୍ରମୁଖଙ୍କ ସହ ସମସ୍ତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।*ସୁବର୍ଣ୍ଣରେଖା* ଅନ୍ୟତମ ସାମାଜିକ ସାଂସ୍କୃତିକ ସାହିତ୍ୟ ଅନୁଷ୍ଠାନ ସୁବର୍ଣ୍ଣରେଖା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି। ନଳିନୀ ମହିଳା ସଂହତି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବନବିହାରୀ ରଣା ଓ ସମ୍ପାଦକ କମଳାକାନ୍ତ ପ୍ରଧାନ ତଥା ଗୀତାଞ୍ଜଳି ପଣ୍ଡାଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳା ସଦସ୍ୟାଙ୍କ ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ମହିଳା ମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମନୋରଞ୍ଜନ ଦାସ, ନିତ୍ୟାନନ୍ଦ ବେହେରା ତଥା ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।*ପଞ୍ଚତତ୍ବ* ସହରର ଅନ୍ୟତମ ନାଟ୍ୟାନୁଷ୍ଠାନ ପଞ୍ଚତତ୍ବ ତରଫରୁ ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନରେ ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ଜନ୍ମେଜୟ ମହାନ୍ତିଙ୍କ ଆବାହକତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପ୍ରତିଷ୍ଠାନର ଅନ୍ତେବାସୀଙ୍କ ସହ ଏହି ଦିବସକୁ ମହାସମାରୋହରେ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ମିଶ୍ର ଅତିଥି ଭାବେ ଯୋଗଦେଇ ଏହି ଦିବସ ର ମହତ୍ୱ ଉପରେ ଆଲୋଚନା କରିଥିଲେ। ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।*ଏଆଇଏମଏସଏସ* ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ଏଆଇଏମଏସଏସ ର ସେକ୍ଟର ୧୭ ମହିଳା ଗୃପ ତରଫରୁ ଶୋଭାଯାତ୍ରା ଓ ସେକ୍ଟର ୨ ସ୍ଥିତ ଏସଜିମହିଳା ମହାବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଛି। ଏହି ଅବସରରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଏହି ଦିବସ ପାଳନର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟୁତଲତା ମହନ୍ତ ଓ ଅନ୍ୟମାନେ ସହଯୋଗ କରିଥିଲେ।*ବିଏମଏସ* ସେକ୍ଟର ୩ ସ୍ଥିତ ରିକ୍କ୍ସ ଅଫିସ ଠାରେ ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଜୀବନ ବୀମା ନିଗମର ର ଡେଭଲପମେଣ୍ଟ ଅଫିସର ଜୟଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନାରୀ ର ସ୍ୱାଭିମାନ, କିପରି ତାହାକୁ ଆଗକୁ ବଢ଼ାଇବାରେ ସାହାଯ୍ୟ ହୁଏ ତାହାରି ଉପରେ ବକ୍ତବ୍ୟ ରଖିଥିଲେ l ବି ଏମ ଏସ ର ଅଖିଳ ଭାରତୀୟ ସମ୍ପାଦିକା ସୁଶ୍ରୀ ଅଞ୍ଜଳି ପଟେଲ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ l ଆଜି ନାରୀ ଆଉ ଦୁର୍ବଳ ନୁହେଁ ବରଂ ଅଧିକ ସବଳ ହୋଇଛି ଏବଂ ସମାଜରେ ତାହାର ସମ୍ମାନ ମଧ୍ୟ ବଢିଛି l ବିଶେଷ କରି ଘରେ ପିଲାମାନଙ୍କୁ ମା ମାନେ କିପରି ସଂସ୍କାର ଦେଇ ରାଷ୍ଟ୍ର ନିର୍ମାଣ ରେ ସହଯୋଗ କରିବେ , ତାହା ଉପରେ ମାର୍ଗ ଦର୍ଶନ କରିଥିଲେ l ଭାରତୀୟ ମଜଦୁର ସଙ୍ଘ ର ସହ ଉଦ୍ୟୋଗ ପ୍ରଭାରୀ ହିମାଂଶୁ ବଳ ନାରୀ ଏବଂ ପୁରୁଷ ଉଭୟ ପରସ୍ପର ର ପରିପୂରକ ଏବଂ ଉଭୟ ଚାହିଁଲେ ଏକ ସଂସ୍କାର ଯୁକ୍ତ ପରିବାର ଗଠନ ରେ ସହାୟକ ହେବେ ବୋଲି ନିଜସ୍ୱ ମତ ବ୍ୟକ୍ତ କରିଥିଲେ l ଭାରତୀୟ ମଜଦୁର ସଙ୍ଘ ର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟା ସମିତା ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ରିକ୍କ୍ସ ର ସମ୍ପାଦିକା ରୀତା ରାଣୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l ଗଳ୍ପ ଲେଖିକା ଆଶିଭାନୁ କୁ ତାର ଗପ ବହି ରେନି ଡେ ପାଇଁ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମ କୁ ସଫଳ କରାଇବାରେ ଅଙ୍କିତା ଦାସ ଏବଂ ରଂଜିତା ଜେନା ଙ୍କର ବିଶେଷ ସହଯୋଗ ଥିଲା l କାର୍ଯ୍ୟକ୍ରମ ଶେଷରେ ହିମାଂଶୁ ବଳ ସମସ୍ତ ଅତିଥି ଙ୍କୁ ସ୍ମୃତି ଚି଼ହ୍ନ ଭେଟି ଦେଇଥିଲେ l


