କେନ୍ଦୁଝର, ୧୩/୦୩-(ଉତ୍କଳ ସମାଚାର)ସରକାରୀ ମହିଳା ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗ ତରଫରୁ ଦ୍ବିଦିବସୀୟ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଡକ୍ଟର ଲଳିତ ରଞ୍ଜନ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଦ୍ବି ଦିବସୀୟ ଜାତୀୟ ପାଠଚକ୍ରରେ ପ୍ରଥମ ଅଧିବେସନରେ ଅତିଥିଙ୍କ ଦ୍ଵାରା ଆରାଧ୍ୟ ଦେବୀ ମା’ ତାରିଣୀଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସଂଗଠନ ସଚିବ ଡକ୍ଟର ଜ୍ଞାନରଞ୍ଜନ ଦାସ ଅତିଥିମାନଙ୍କୁ ସ୍ବାଗତ ପ୍ରଦାନ କରିବା ସହ ପରିଚୟ ପ୍ରଦାନ କରିଥିଲେ । ଦ୍ଵି-ଦିବସୀୟ ଜାତୀୟ ପାଠ ଚକ୍ରର ବିଷୟ ‘ଉଦ୍ଭାବନ – ଭିତ୍ତିକ ଉଦ୍ୟୋଗୀତ : ନିରନ୍ତର ବିକାଶ ଏବଂ ଅଭିବୃଦ୍ଧି ଥିଲା ‘ ସମ୍ପର୍କରେ ଆଲୋଚନା ହୋଇଥିଲା । ବାଣିଜ୍ୟ ବିଭାଗର ମୁଖ୍ୟ ତଥା ଜାତୀୟ ପାଠଚକ୍ରର ସଂଯୋଜକ ଡକ୍ଟର ଅଜିତ୍ କୁମାର ବରାଳ ଆଲୋଚନା ହେବାକୁ ଥିବା ବିଷୟବସ୍ତୁର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ଆର୍ଡେଣ୍ଟ ଷ୍ଟିଲ୍ ଲିମିଟେଡର ନିର୍ଦ୍ଦେଶକ ଡକ୍ଟର ଶୁଭାଶିଷ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ରୁଚି ମୁତାବକ ଉଦ୍ଭାବନ କଲେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିବ । ନୂତନ ଉଦ୍ୟୋଗର ସଫଳତା ହାର ମାତ୍ର ତିନି ପ୍ରତିଶତ ହେଲେ ମଧ୍ୟ ଏହାର ଅଭିବୃଦ୍ଧି ଅତୁଳନୀୟ । ଏହି ଅବସରରେ ମୁଖ୍ୟ ବକ୍ତଭାବେ ଖଡଗପୁରରେ ଥିବା ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (IIT)ର ବିନୋଦ ଗୁପ୍ତା ପରିଚାଳନା ବିଦ୍ୟାଳୟର ବିଭାଗ ମୁଖ୍ୟ ଡକ୍ଟର ରୁଦ୍ର ପ୍ରକାଶ ପ୍ରଧାନ ଯୋଗଦେଇ ଉଦ୍ୟୋଗରେ ନୂତନତ୍ବକୁ ଭିଡିଓ ମାଧ୍ୟମରେ ବୁଝାଇଥିଲେ । ସମ୍ମାନୀୟ ଅତିଥିଭାବେ ଉତ୍କଳ ବିଶ୍ଵବିଦ୍ୟାଳୟର ବାଣିଜ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଫେସର୍ ପ୍ରଦୋତ୍ କେଶରୀ ପ୍ରଧାନ ସମ୍ମନୀତ ବିକାଶ ଏବଂ ବିକଶିତ ଭାରତର ପରିକଳ୍ପନା ୨୦୪୭ ପାଇଁ ନୂତନ ଉଦ୍ୟୋଗର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ରେଭେନ୍ସା ବିଶ୍ଵବିଦ୍ୟାୟର ପ୍ରଫେସର ଡକ୍ଟର କିଶୋର କୁମାର ଦାସ ଖୁସିଥିବା ଉଦ୍ୟୋଗରେ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଳିତ ରଞ୍ଜନ ସାହୁ ଉଦ୍ୟୋଗରେ ପିଲାଙ୍କ ଆଗାମୀ ଭବିଷ୍ୟତ ବିଷୟରେ ଦୃଷ୍ଟି ନିକ୍ଷେପ କରିଥିଲେ ।ଜାତୀୟ ଆଲୋଚନା ଚକ୍ରର ଦିତୀୟ ଦିବସରେ ପ୍ରଥମ ଅଧିବେଶନରେ କାଶୀ ବିଶ୍ଵବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ଟୁଇକିଲ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନଲାଇନ୍ ମାଧ୍ୟମରେ ଅନୁଷ୍ଟିତ ହୋଇଥିଲା । ଏହି ଅଧିବେଶନରେ ଗୁରୁ ଘାସିଦାସ ବିଶ୍ଵବିଦ୍ୟାଳୟର ପ୍ରଫେସର ଡକ୍ଟର ଭେଙ୍କଟେଶ୍ୱର୍ ରାଓ ଭନଟୁ, ଗଙ୍ଗାଧର ମେହେର ବିଶ୍ଵବିଦୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର୍ ଡକ୍ଟର ପ୍ରିୟବ୍ରତ ପଣ୍ଡା, ଢେଙ୍କାନାଳ ସ୍ୱୟଂଶାସିତ ମହାବିଦୟାଳୟ ର ବାଣିଜ୍ୟ ବିଭାଗ ମୁଖ୍ୟ ଡକ୍ଟର ରଜନୀକାନ୍ତ ଖୁଣ୍ଟିଆ, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଜ୍ୟୋତିପ୍ରକାଶ ରଥ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସର୍ବମୋଟ ୧୪ଟି ଭିତ୍ତି ପ୍ରବନ୍ଧ ଗବେଷକ ଓ ଗବେଷିକାଙ୍କ ଦ୍ଵାରା ଉପସ୍ଥାପନ କରିଥିଲେ । ଏହି ଅବସରରେ ଅତିଥି ପରିଚୟ ଅଧ୍ୟାପକ ମନମୋହନ ପଣ୍ଡା ଦେଇଥିବା ବେଳେ ଅଧ୍ୟାପକ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଧରଣୀଧର ବିଶ୍ଵବିଦ୍ୟାଳୟର ପ୍ରଫେସର୍ ତଥା ପଥଚକ୍ରର ଉପ ସଂଯୋଜକ ଶ୍ରୀଯୁକ୍ତ ବଳରାମ ମାରାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।

