ପାପଡାହାଣ୍ଡି -୧୪/୦୩/୨୦୨୬-(ଉତ୍କଳ ସମାଚାର) ଗତକାଲି ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶ କର୍ମେ ପାପଡାହାଣ୍ଡି ପୋଲିସ ସନ୍ଧ୍ୟା 8 ଟା ସମୟରେ ପାପଡାହାଣ୍ଡି ଥାନା ଚେରଚେଟା ପଂଚାୟତ ଅନ୍ତର୍ଗତ ବରଦେଇ ଗ୍ରାମରେ ଚଢାଉ କରି ବେଆଇନ ଭାବେ ଚାଲାଣ ହେଉଥିବା ଦୁଇଗୋଟି ବୋଲେରୋ ମାକ୍ସ ପିକଅପ ଯାହାର ନଂ ଓଆର -04ଏଲ -2561 ରୁ 6 ଗୋଟି ମଇଁଷି ଏବଂ ଏପି -39 ୟୁଟି -2742 ରୁ 7 ଗୋଟି ଗୋରୁ ଉଦ୍ଧାର କରି ମଇଁଷି ରହିଥିବା ଗାଡି ର ଡ୍ରାଇଭର ଡାବୁଗାଁ ଥାନା ଜୁନାପାଣି ଗ୍ରାମର ଦେବାନନ୍ଦ ନାୟକ(46) ଙ୍କୁ ଅଟକ ରଖିଛି ଏବଂ ଏ ନେଇ କେଶ ନଂ -45/26 ରେ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ କରୁଛି ପାପଡାହାଣ୍ଡି ପୋଲିସ l ଏହି ବିଷୟରେ ପାପଡାହାଣ୍ଡି ପୋଲିସ ଥାନା ରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ପ୍ରଦାନ କରିଛନ୍ତି ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ l ଏହି ସାମ୍ବାଦିକ ସମ୍ବିଳନୀ ରେ ପାପଡାହାଣ୍ଡି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟଜିତ କେଣ୍ଡାଂକେଲ, ପାପଡାହାଣ୍ଡି ଥାନା ଆଇଆଇସି ଉପେନ୍ଦ୍ର ଚନ୍ଦ୍ର ନାୟକ,ମୈଦଲପୁର ଥାନା ଆଇଆଇସି ଯୁଗଳ ଶବର ପ୍ରମୁଖ ଉପସ୍ଥିତ ରହିଥିଲେ

