ପାପଡାହାଣ୍ଡି -୧୪/୦୩/୨୦୨୬:(ଉତ୍କଳ ସମାଚାର)- ଆଜି ସନ୍ଧ୍ୟା 6:30 ସମୟରେ 26 ନଂ ଜାତୀୟ ରାଜପଥ ପାପଡାହାଣ୍ଡି ନିକଟ ଦୁଲପୁର ବୁଲାଣି ଠାରେ ପାପଡାହାଣ୍ଡି ପଟୁ ଯାଉଥିବା ଏକ କାର ( ଓଡି 07 ବିଏ 6582 ) ସହିତ ଏକ ବାଇକ ମଧ୍ୟରେ ଧକ୍କା ହୋଇ ବାଇକ ଚାଳକ ଗୁରୁତର ଆହାତ ହୋଇଛି l ସେ ପାପଡାହାଣ୍ଡି ବ୍ଲକ ବତାସର ଗ୍ରାମର ସମାରୁ ଭତରା ବୋଲି ଜଣାପଡିଛି ତାଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଉନ୍ନତ ଚିକିତ୍ସା ପାଇଁ କୋରାପୁଟ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ସୂଚନା ପ୍ରକାରେ ଆହାତ ସମାରୁ ଏକ ବାଇକ ଯୋଗେ ସେମଳା ପଂଚାୟତ ଭଇରା ପୂଜାରୀଗୁଡା ଗ୍ରାମକୁ ଏକ ବିବାହ ଉତ୍ସବ ରେ ଯୋଗ ଦେଇ ନିଜ ଗ୍ରାମକୁ ଫେରୁଥିବା ସମୟରେ ଦୁଲପୁର ବୁଲାଣି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହିତ ସାମନା ରୁ ଧକ୍କା ହୋଇ ତାଙ୍କର ଗୋଡ଼ ଭାଙ୍ଗି ଯାଇଛି l ଖବର ପାଇ ପାପଡାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଦୁର୍ଘଟଣା ଗ୍ରସ୍ତ ଦୁଇଟି ଗାଡି କୁ ଥାନାକୁ ଆଣିଛି l

