ରାଉରକେଲା:14//3,(ଉତ୍କଳ ସମାଚାର) ରାଉରକେଲା ଆଇନ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ବିଭୁ ରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସରିଯିବା ପରେ ତାଙ୍କୁ ମହାବିଦ୍ୟାଳୟ ତରଫରୁ ଉଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଛି। ଆଇନ ମହାବିଦ୍ୟାଳୟର ଆଲୁମନି ଆସୋସିଏସନ୍ ର ସଭାପତି ଡ ସୁମନ ଦତ୍ତ ଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ତ୍ରଲୋକିନାଥ ପାଣ୍ଡେ ଙ୍କ ଆବାହକତ୍ୱରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆଇନ ମହାବିଦ୍ୟାଳୟର ସଭାପତି ଇଂ ଯତୀନ ନାୟକ ମୁଖ୍ୟଅତିଥି, ବିଦାୟୀ ଅଧ୍ୟକ୍ଷ ଡ ପଟ୍ଟନାୟକ ସ୍ବତନ୍ତ୍ର ଅତିଥି,ଆଲୁମନୀ ମନୋରଞ୍ଜନ ଦାଶ ଓ ସମ୍ପ୍ରତି ମହାବିଦ୍ୟାଳୟ ଅଧ୍ୟକ୍ଷ ଦାୟିତ୍ବରେ ଥିବା ଡ ସମ୍ପାଦିକା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସମସ୍ତ ଅତିଥି ବିଦାୟୀ ଅଧ୍ୟକ୍ଷ ଡ ପଟ୍ଟନାୟକଙ୍କ ମହାବିଦ୍ୟାଳୟ ପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଭାଇଚାରା ତଥା ଶିକ୍ଷା ପ୍ରତି ଆଗ୍ରହ ବଢାଇବା ପାଇଁ ଚେଷ୍ଟା ହିଁ ମହାବିଦ୍ୟାଳୟ ମନେରଖିବ ବୋଲି ମତ ରଖିଥିଲେ। ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଡ ପଟ୍ଟନାୟକ ଏହି ସମୟ ତାଙ୍କ ପାଇଁ ସ୍ମରଣୀୟ ଓ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଆଲୁମନି ସଭାପତି ଡ ଦତ୍ତ ସ୍ବାଗତ ଭାଷଣ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ତଥା ସମ୍ପାଦକ ଶ୍ରୀ ପାଣ୍ଡେ ଡ ପଟ୍ଟନାୟକଙ୍କ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସମ୍ପାଦକ ଦେବାଶିଷ ମହାନ୍ତି, କୋଷାଧ୍ୟକ୍ଷ ଡ ପ୍ରଜ୍ଞାପରମିତା ପଣ୍ଡା, ଆଇନଜୀବୀ ଆରତୀ ଚୈ।ଧୁରୀ, ଅଧ୍ୟାପକ ତନ୍ମୟରାଜ ପାଢ଼ୀ,ଡ ଦିବ୍ୟନ୍ଦୁ ପଣ୍ଡା, ଦେବାଶିଷ ବେହେରା,ଗ୍ରନ୍ଥାଗାରିକ ଲକ୍ଷ୍ମୀପ୍ରିୟା ସାହୁ, ସୁଜାତା ନାୟକ, ଅମିତା ଜେନା ଓ ଅନ୍ୟମାନେ ପ୍ରମୁଖ ଉପସ୍ଥିତ ରହି ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

