ସମ୍ବଲପୁର,16//3,(ଉତ୍କଳ ସମାଚାର),(ସରୋଜ ସାହୁ):ସିନ୍ଦୁରପଙ୍କ କେନଘାଟି ସ୍ଥିତ ଶ୍ରୀରାମ ବାଟିକାରେ ଅନୁଷ୍ଠିତ ଅଖଣ୍ଡ ଚବିଶି ପ୍ରହରୀ ନାମ ଯଜ୍ଞ ସ୍ଥଳୀରେ ଦୀର୍ଘ ତିନି ଦିନ ଧରି ରହୁଥିବା ସମସ୍ତ ସାଧୁସନ୍ଥ , ମହନ୍ତ, ନାଗାବାବା ଓ ବ୍ରାହ୍ମଣ ମାନଙ୍କୁ “ଦୁର୍ଲଭ ସେବା” ପ୍ରଦାନ କରାଯାଇଛି । କେନଘଟି ଶ୍ରୀରାମ ବାଟିକା ନାମ ଯଜ୍ଞ ସ୍ଥଳୀ କୁ ପହଞ୍ଚି ସାଧୁସନ୍ଥ ଙ୍କ ସେବା କରିବା ସହ ଆଶିର୍ବାଦ ଗ୍ରହଣ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମସ୍ତ ସାଧୁ ସନ୍ଥ ଙ୍କୁ ଉଚିତ ଆସନ ପ୍ରଦାନ କରାଯିବା ସହ ସମସ୍ତଙ୍କ ପାଦ ଧୋଇ ପୁଷ୍ପମାଳ, ଚନ୍ଦନ ଓ ସିନ୍ଦୂର ଅର୍ପଣ କରାଯାଇଥିଲା । ସମସ୍ତ ସାଧୁସନ୍ଥ ମାନଙ୍କୁ ଉତ୍ତରୀୟ , ପାଟ ବସ୍ତ୍ର, ସ୍ଵାଦିଷ୍ଟ ମିଷ୍ଟାନ୍ନ ଆଦି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଶ୍ରୀରାମ ବାଟିକା ନାମଯଜ୍ଞ ମୁଖ୍ୟ ଆୟୋଜକ ଶତ୍ରୁଘନ ଲାଲ ସାହା, ପୁତ୍ର ସିଦ୍ଧାର୍ଥ ସାହା, ପୁତ୍ରବଧୂ ଦେବିଦାନି ସାହା, ନାଚୁଣୀ ଶ୍ରୁତି ସାହା ଓ ନାତି ଆଦିତ୍ୟ ସାହା ପ୍ରମୁଖ ଉପସ୍ଥିତ ସାଧୁସନ୍ଥ ଙ୍କ ସେବା ଓ ସମ୍ମାନ କରିଥିଲେ। ଏହାପରେ ଏଠାକୁ ଆସିଥିବା ସହ ସହ ଭକ୍ତ ସାଧୁ ସେବା କରିଥିଲେ। ବିରାଜମାନ ଥିବା ସାଧୁସନ୍ଥ ଙ୍କୁ ଭକ୍ତ ମାନେ ନିଜ ଇଚ୍ଛା ଓ ଶକ୍ତି ଅନୁଯାୟୀ ଦାନ ଦକ୍ଷିଣା ପ୍ରଦାନ କରିଥିଲେ। ଏତେ ସଂଖ୍ୟକ ସାଧୁସନ୍ଥ ଙ୍କୁ ଏଭଳି ସେବା ବିଶ୍ୱରେ ବିରଳ ବୋଲି କହିଛନ୍ତି ମହନ୍ତ ସେକ୍ରେଟାରୀ ନାଗାଵାବା ଶ୍ରୀ ରଘୁବୀର ଦାସ ମହାରାଜ। ସାହା ପରିବାର ପ୍ରତିବର୍ଷ କରୁଥିବା ଏହି ସେବା ଅତ୍ୟନ୍ତ ପୁଣ୍ୟକାରି ହେବ ବୋଲି କହିଚନ୍ତି କୁନ୍ତରା ଋଷିକୁଳ ଆଶ୍ରମ ର ଜୀବନ ବାବା । କୌଣସି ପ୍ରକାର ସେବା ସହଯୋଗ ପାଇଁ ଆମ ପରିବାର ସର୍ବଦା ଉତ୍ସର୍ଗିକୃତ ବୋଲି କହିଛନ୍ତି ଆୟୋଜକ ମୁଖ୍ୟ ସମାଜସେବୀ ଶତ୍ରୁଘନ ଲାଲ ସାହା । ଆୟୋଜିତ ଏହି ସାଧୁ ସେବା ସମାରୋହରେ ପଶ୍ଚିମ ଓଡ଼ିଶା ବୈଷ୍ଣବ ମହାସଂଘ ଅଧକ୍ଷ ମହନ୍ତ ଶ୍ରୀ ହୃଷୀକେଶ ଦାସ ଜି ମହାରାଜ, ମଠପାଲି ରାଣୀମଠ ମହନ୍ତ ଶ୍ରୀ ବାସୁଦେବ ଜି ମହାରାଜ, ଶ୍ରୀକ୍ଷେତ୍ର ଚାନ୍ଦପୁର ମଠ ମହନ୍ତ ଶ୍ରୀ ରାଧାଚରଣ ଜି ମହାରାଜ, ମହନ୍ତ ସେକ୍ରେଟାରୀ ନାଗା ବାବା ଶ୍ରୀ ରଘୁବିର ଦାସ ମହାରାଜ, ମଧ୍ୟପ୍ରଦେଶ ଛତରପୁର ନାଗାବାବା ରାଜେଶ ପୁରୀ ଜି, ଚମ୍ବଲ ପିଠାଧିସ୍ୱର ଶ୍ରୀ ସୁନ୍ଦର ଦାସ ଜି ମହାରାଜ , ଋଷିକୁଳ ଆଶ୍ରମ ର ଜୀବନ ବାବା ଙ୍କ ସମେତ ଶତାଧିକ ନାଗାବାବା, ବ୍ରାହ୍ମଣ, ପଣ୍ଡିତ, ମହନ୍ତ ଆଦି ଙ୍କୁ ଭକ୍ତିପୂତ ସେବା ପ୍ରଦାନ କରଯାଇଥିଲା I କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ, ଜିଲ୍ଲା ବିଜେପି ସଭାପତି ରାମ ଚନ୍ଦ୍ର ମେହେର, ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ପୁର୍ବତନ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ ପ୍ରମୁଖ ପହଞ୍ଚି ସାଧୁସନ୍ଥ ଙ୍କ ଆଶିର୍ବାଦ ଗ୍ରହଣ କରିଥିଲେ I

