ସମ୍ବଲପୁର,୧୬/୦୩(ଉତ୍କଳ ସମାଚାର),(ସରୋଜ ସାହୁ):ପଡିଆବାହାଲ ସ୍ଥିତ ବେହେରା କଲ୍ୟାଣ ମଣ୍ଡପ ଠାରେ ପରମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କ ବିଶେଷ ସତସଙ୍ଗ ରବିବାର ଅନୁଷ୍ଠିତ ହୋଇଯାଇଛି।ଏହିଅବସରରେ ବାମରାର ବିମଲ ଚନ୍ଦ୍ର ଦାସ, ଲଷ୍ମୀଧର ଷଣ୍ଢ, ଶଗରା ଆଗତ କିରନ ସାହୁ, ଜୁନିଅର ସାହୁ ଭଜନ କୀର୍ତ୍ତନ କରିଥିଲେ।ସମ୍ମାନୀୟ ଅତିଥି ଭାବେ ଡା. ରାଜାରାମ ଷଡ଼ଙ୍ଗୀ, ଟେକ ଚାନ୍ଦ ପ୍ରଧାନ(ଯାଜକ କର୍ମୀ)ଯୋଗ ଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ବିନୟ କୁମାର ଦାସ। ପ୍ରତାପ କୁମାର ସାହୁ, ଓ ମୁଖ୍ୟ ଆଲୋଚକ ଭାବେ ଭାଗ୍ୟବ୍ରତ ବାରିକ ଯୋଗଦେଇଥିଲେ। ବିନୟ କୁମାର ଦାସ,(ସହ ପ୍ରତି ଋତ୍ଵିକ) ସତସଙ୍ଗ ପରିଚାଳନା କରିଥିଲେ।ପଡିଆବାହାଲ ଅଞ୍ଚଳ ର ସତସଙ୍ଗୀ ଜିତେନ୍ଦ୍ର କୁମାର ସାହୁ ( ଟିକିନା ), ବିଜୟ ମେହେର, ରବୀନ୍ଦ୍ର ସାହୁ, ଖିରୋଦ ମାଝୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ଜାମେଶ୍ୱର ସତୁଆ ଓ ପ୍ରଦୀପ ବେହେରା ମଞ୍ଚ ପରିଚାଳନା କରିଥିଲେ।

