ରାଉରକେଲା:16//3,(ଉତ୍କଳ ସମାଚାର)ଶ୍ରୀ ଶ୍ୟାମ ଆଖାଡ଼ାର ଶୁଭ ଅବସରରେ, ଶ୍ରୀ ଶ୍ୟାମ ସେବା ସଂଘ ପକ୍ଷରୁ ରାଉରକେଲା ରାମନଗର ଜେଲ୍ ରୋଡ୍ସ୍ଥିତ ଶ୍ରୀ ଶ୍ୟାମ ସିଙ୍ଗରଠାରେ ବାବା ଶ୍ୟାମଙ୍କ କୀର୍ତ୍ତନ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ବାବାଙ୍କ ଦରବାରକୁ ରଙ୍ଗବେରଙ୍ଗର ଫୁଲରେ ଅତି ସୁନ୍ଦର ଭାବେ ସଜାଯାଇଥିବା ବେଳେ ଦିବ୍ୟ ଜ୍ୟୋତି ପ୍ରଜ୍ୱଳନ କରାଯାଇଥିଲା। ପଣ୍ଡିତଙ୍କ ଦ୍ୱାରା ବାବାଙ୍କ ଶୀଷ ପୂଜା ପରେ ଭଜନ ସମାରୋହ ଆରମ୍ଭ ହୋଇଥିଲା। ଏଥିରେ କର୍ତ୍ତା ଭାବେ ଲକ୍ଷ୍ମଣ ବେହେରା ଓ ତାଙ୍କ ପରିବାର ପୂଜାକାର୍ଯ୍ୟରେ ସାମିଲ ହୋଇଥିଲେ।ସ୍ଥାନୀୟ ଭଜନ ଗାୟକ ରମଣ ଗଙ୍ଗାବତ, କୁମାରୀ ନ୍ୟାସା ଅଗ୍ରୱାଲ ଏବଂ ଶ୍ରୀ ଶ୍ୟାମ ସେବା ସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ଗାୟକ ବିକାଶ ଅଗ୍ରୱାଲ ବାବା ଶ୍ୟାମ ଓ ଅନ୍ୟାନ୍ୟ ଦେବାଦେବୀଙ୍କର ଗୋଟିଏ ପରେ ଗୋଟିଏ ଚିତ୍ତାକର୍ଷକ ଭଜନ ପରିବେଷଣ କରିଥିଲେ। ମନଛୁଆଁ ଭଜନ ଶୁଣି ଶ୍ୟାମ ଭକ୍ତମାନେ ଆତ୍ମବିଭୋର ହୋଇ ନାଚିବାକୁ ଲାଗିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ଯୋଗ ଦେଇଥିଲେ।ପରିଶେଷରେ ବାବାଙ୍କ ଆରତୀ କରାଯାଇ ଭକ୍ତମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଯୋଗୁଁ ସମଗ୍ର ଅଞ୍ଚଳ ଶ୍ୟାମମୟ ଓ ଭକ୍ତିମୟ ହୋଇଉଠିଥିଲା।

