ରାଉରକେଲା :16//3,(ଉତ୍କଳ ସମାଚାର) ରାଜାର ନିର୍ଦ୍ଦେଶ ଅନୁଯାୟୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ରାଉରକେଲା ସାଙ୍ଗଠନିକ ଜିଲ୍ଲାର ତିନୋଟି ମଣ୍ଡଳରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ରଘୁନାଥପଲ୍ଲୀ କ୍ଷେତ୍ରର ଆମ୍ବେଦକର ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ମନୋଜ ସ୍ୱାଇଁଙ୍କ ତତ୍ତ୍ଵାବଧାନରେ ସେକ୍ଟର -୧୬ ସ୍ଥିତ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ , ଜଗନ୍ନାଥ ମଣ୍ଡଳ ତରଫରୁ ମଣ୍ଡଳ ସଭାନେତ୍ରୀ ମମତା ମହାନ୍ତିଙ୍କ ତତ୍ୱାବଧାନରେ ସେକ୍ଟର ୧ କମ୍ୟୁନିଟ ସେଣ୍ଟର ପରିସରରେ ଓ ରାଉରକେଲା କ୍ଷେତ୍ରର କୋଏଲ ନଗର ମଣ୍ଡଳ ତରଫରୁ ମଣ୍ଡଳ ସାଧାରଣ ସମ୍ପାଦକ ବିଶ୍ୱନାଥ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଜଗଦାର ଶିବ ମନ୍ଦିର ପ୍ରାଙ୍ଗଣରେ ଚଳିତମାସ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଥିଲା । ଏହି ଶିବିର ଗୁଡିକରେ ବିଭିନ୍ନ ବିଷୟ ଯଥା ବିଜେପିର ଇତିହାସ ଓ ବିକାଶ, କାର୍ଯ୍ୟ ବିସ୍ତାର ପାଇଁ ଆମର ଦୃଷ୍ଟକୋଣ, କାର୍ଯ୍ୟ ପଦ୍ଧତି, ନିଜ ସରକାରଂକ ସଫଳତା, ସୋସିଆଲ ମିଡିଆ, ବୁଥ ପରିଚାଳନା ଆଦି ଉପରେ ପ୍ରଶିକ୍ଷଣ ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମ ଟୋଲୀର ସଂଯୋଜକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା, ପ୍ରାକ୍ତନ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ବରିଷ୍ଠ ନେତା ଅମରେନ୍ଦ୍ର ଶର୍ମା, ସତ୍ୟ ସାହୁ। ପ୍ରଣତାପ୍ ଦାସ, ନିରଞ୍ଜନ ମହାନ୍ତ, ଓ ଯୁବ ନେତା ଅଙ୍କୁଶ ବର୍ମା । ମଣ୍ଡଳ ଟୋଲି ଓ ଅପେଖିତ ନେତୃବୃନ୍ଦ ବହୁ ଉପସ୍ଥିତ ଥିଲେ ।

