ରାଉରକେଲା:16//3,(ଉତ୍କଳ ସମାଚାର) ରୋଟାରୀ କ୍ଲବ ଅଫ୍ ରାଉରକେଲା ମିଡ ଟାଉନ ର ରୋଟ୍ରାକ୍ଟ କ୍ଲବ ତରଫରୁ ସେକ୍ଟର ୭ ସ୍ଥିତ ରାଉରକେଲା ସ୍କୁଲ ଫର ଡିଫ୍ ( ମୁକବଧିର) ବିଦ୍ୟାଳୟର ଛାତ୍ରଛାତ୍ରୀ ସହ ଭାବ ବିନିମୟ ସହ ସେମାନଙ୍କ ସୃଜନ ଶକ୍ତିକୁ ଲୋକାଭିମୁଖୀ କରିବା ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ କେକ୍ କାଟିବା ସହ, ଚିତ୍ରାଙ୍କନ, ମାଟିରେ କଣ୍ଢେଇ ତିଆରି କରିବା ଆଦି କାର୍ଯ୍ୟରେ ସହଯୋଗ କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ପରଭେଜ ଅରୋରା ଅତିଥି ଭାବେ ଯୋଗଦେଇ ରୋଟ୍ରାକ୍ଟ କ୍ଲବର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ରୋଟ୍ରାକ୍ଟ କ୍ଲବର ସଭାପତି ନିଶାନ୍ତ ରଞ୍ଜନ ରାଉତ,ମାନସ ପୂର୍ତ୍ତି,ଆନ୍ ମାରିଆ ଜନ୍,ଭେମପତି କାବ୍ୟା, ହୁଦା ରସିଦ୍,ରାଇନା ଅହମ୍ମଦ,ନିତିନ ରାୟ, ଜତିନ୍ ଓ ବିଦ୍ୟାଳୟର ପ୍ରଶାସକ ସରୋଜ କୁମାର ମହାନ୍ତି, ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ମହନ୍ତ, ରାଜଶ୍ରୀ ମହାନ୍ତି, ଇତିଶ୍ରୀ ପଣ୍ଡା, ବନାନୀ ମୁଖାର୍ଜୀ, ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

