ରାଉରକେଲା:21//3,(ଉତ୍କଳ ସମାଚାର)ଆଜି ଚୈତ୍ରମାସ ଶୁକ୍ଳପକ୍ଷର ପବିତ୍ର ତୃତୀୟା ଅବସରରେ ଆଦିବାସୀମାନଙ୍କର ମହାନ୍ ପ୍ରକୃତି ପର୍ବ ସାରହୁଲ (ଖାଦ୍ଦି)ମହା ସମାରୋହରେ ହର୍ଷୋଲ୍ଲାସରେ ସାରନା ପୂଜାସ୍ଥଳରେ ପାଳିତ ହୋଇଯାଇଛି । ପୂର୍ବାହ୍ନ ୯.୦୦ ଘଟିକାରେ ଶ୍ରଦ୍ଧାଳୁ , ସାରନା ପ୍ରେମୀ ନିଜ ଗ୍ରାମରୁ ସ୍ବଚ୍ଛ ନିର୍ମଳ ଜଳ ସୁସଜ୍ଜିତ ଲୋଟାରେ ମୁଣ୍ଡରେ ବହନ କରି ବିର୍ସା ମୁଣ୍ଡା ଛକରେ ସମବେତ ହୋଇଥିଲେ । ଏଠାରେ ମୁଖ୍ୟ ପାହାନ ଶୀମାନ ମାଙ୍ଗନାଥ ଖାଲଖୋଙ୍କ ଦ୍ୱାରା ଧରତୀ ମାତାଙ୍କ ଉଦ୍ଦେଶ୍ୟରେ ଜଳ ଓ ଅରୁଆ ଚାଉଳ ଅର୍ପଣ ପୂର୍ବକ କାଁଣସା ପୂଜନ କରି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ସର୍ବାଗ୍ରେ ସାରନା ଝଣ୍ଡା ମଝିରେ କାଁଣସା ଓ ପାହାନ ପୂଜାର ମାନଙ୍କ ସମୂହ ପଛକୁ ହଜାର ହଜାର ସାରନା ପ୍ରେମୀ ଓ ଶ୍ରଦ୍ଧାଳୁଙ୍କ ମୁଣ୍ଡରେ କଂସା ଲୋଟା ଭର୍ତ୍ତି ଜଳ ଓ ଖାଲିପାଦରେ ପଶ୍ଚାତ୍ ଗମନ ରାଉରକେଲାର ମୁଖ୍ୟ ମାର୍ଗ ଅପୂର୍ବ ଶୋଭା ବର୍ଦ୍ଧନ କରୁଥିଲା । ମୁଖ୍ୟ ମାର୍ଗର ଉଭୟ ପଟେ ଶହ ଶହ ଦୋକାନୀ ଗଣ ଓ ଗୋରାଖ ମାନେ ସାରହୁଲ ଶୋଭାଯାତ୍ରାର ଲୌକିକ ଶୋଭାକୁ ଉପଭୋଗ କରିବା ସହିତ ସାରନା ମାଆଙ୍କ ଆଶୀର୍ବାଦ ଅନୁଭବ କରୁଥିଲେ । ସେମିତି ପାନପୋଷ ଛକରୁ ଓ ଲଠିକାଟାରୁ ମଧ୍ୟ ଏକକାଳୀନ ସାରହୁଲ ଶୋଭାଯାତ୍ରାର ଆୟୋଜନ କରିଥିଲେ ଓ ଆମ୍ବେଦକର ଛକରେ ତିନୋଟି ଯାକ ଶୋଭାଯାତ୍ରା ମିଳିତ ହୋଇ ସାରନା ସ୍ଥଳକୁ ପହଞ୍ଚିଥିଲା । ପରେ ସାରନାରେ ମୁଖ୍ୟପାହାନ ମାଙ୍ଗନାଥ ଖାଲଖୋଙ୍କ ଆଗୁଆଇରେ ଜଳ ଅର୍ପଣ ପୂର୍ବକ ପୂଜା ସଂପନ୍ନ ହୋଇଥିଲା । ପରେ ପାହାନ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ଶାଳ ଫୁଲ ଖୋସି ଧର୍ମେଶ ଓ ଚାଲା ମାଆଙ୍କର ଆଶିର୍ବାଦ ପ୍ରଦାନ କରିଥିଲେ ସାରନା ପ୍ରାର୍ଥନା ସଭା ତରଫରୁ ସହଯୋଗ କରିଥିଲେ ଶ୍ରୀମତୀ ଝାରିଓ କେର୍କେଟା , ମୀନା ତିର୍କୀ , ହେମନ୍ତୀ ମିଞ୍ଜ , ବିର୍ସୀ ବାଡ଼ା ଯମୁନା ଟପ୍ପୋ,ବିରାସମନି ମିଞ୍ଜ , ସସ୍ମିତା ବାଡ଼ା ,ସଙ୍ଗୀତା ମିଞ୍ଜ ,ଅନନ୍ତ ଓରାମ, ମମତା ଲାକଡ଼ା, ଗାଙ୍ଗୀ ଟପ୍ପୋ,ଲିଲାନ୍ତି ଓ ରାମ , ସୁନିତା ଓ ରାମ,ସରୋଜ ମିଞ୍ଜ , ରାଧା ଟପ୍ପୋ,ଫାଗୁଆ ଓ ରାମ, ବୁଡ଼ୁ କେରକେଟା,ଜସମାନ ବେକ। କମିଟି ତରଫରୁ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ଶାଳଫୁଲ ଖୋସି ଓ ଅବିର ଲଗାଇ ସାରହୁଲ ମହୋତ୍ସବର ଶୁଭକାମନା ଜଣାଇ ଥିଲେ । ମାନ୍ୟଗଣ୍ୟ ଅତିଥି ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଜୁଏଲ ଓରାମ, ମାନ୍ୟବର ଆଦିବାସୀ କଲ୍ୟାଣ କେନ୍ଦ୍ରମନ୍ତ୍ରୀ , ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ମାନ୍ୟବର ଉପ ବାଚସ୍ପତି ଓଡ଼ିଶା ସରକାର ସୁଶ୍ରୀ ସୁକେଶୀ ଓ ରାଓଁ ଅଧ୍ୟକ୍ଷ୍ୟ ଓରାଓଁ ସଂସ୍କୃତି ପରେଷଦ , ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ମାନ୍ୟବର ରାଉରକେଲା ବିଧାୟକ, ଶ୍ରୀଯୁକ୍ତ ଦୁର୍ଗା ଚରଣ ତନ୍ତୀ , ମାନ୍ୟବର ବିଧାୟକ ରଘୁନାଥପାଲି , ସାନ୍ଥାଳୀ ସମାଜ ଆଗୁଆ ଶାଯୁକ୍ତ ଭୋଲାନାଥ ମାଝି, ମୁଣ୍ଡାରି ସମାଜ ଆଗୁଆ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ମୁଣ୍ଡାରି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ନାଏକ ଲହରା ସମାଜ ଆଗୁଆ ଶ୍ରୀଯୁକ୍ତ ଅଜୟ ଶର୍ମା, ବଆରଏସପି ସିଜିଏମ ଶ୍ରୀଯୁକୁ ଏତୱା ଓରାଓଁ, ଡିଜିଏମ ଶ୍ରୀଯୁକ୍ତ ତୁଡ଼କା ଭଗତ ଟପ୍ପୋ , ଗୁରୁଦ୍ୱାରା ସିଂ ସଭା ରାଉଲକେଲାର ଅଧ୍ୟକ୍ଷ ସର୍ଦ୍ଦାର ବଳଦେବ ସିଂହ ତଥା ଦେବଗଡ଼ ସାରନା ପ୍ରାର୍ଥନା ସଭା ଅଧ୍ୟକ୍ଷ ଶୀମାନ ମାଙ୍ଗୁ କିସପୋଟା ଛତିଶଗଡ଼ ରାଜୀ ପାଡ଼ହା ସାରନା ପ୍ରାର୍ଥନା ସଭାର ଶଙ୍କର ଭରତ ,ଝାଡ଼ଖଣ୍ଡ ପ୍ରଦେଶ ଅଧ୍ୟକ୍ଷ ଶାଯୁକ୍ତ ରବି ତିଗ୍ଗା , ଚିକ ବାଡ଼ାଇକ ସମାଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ଦାସ , ଝିରପାଣୀ ସରପଞ୍ଚ ଶ୍ରୀମାନ ଅଜିତ ତିର୍କୀ ସମସ୍ତେ ସାରହୁଲ ଶୁଭକାମନା ଜଣାଇଥିଲେ ।ବିର୍ସା ମୁଣ୍ଡା ଛକ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ରାଜୀ ପାଡ଼ହା ସାରନା ପ୍ରାର୍ଥନା ସଭା, ପ୍ରଦେଶ କମିଟର ଅଧ୍ୟକ୍ଷ ଶୀମାନ ମଣିଲାଲ କେରକେଟା , ସହଯୋଗ କରିଥିଲେ ବିଲୁ ତିର୍କୀ ସୁଶୀଳ ଖାଲଖୋ ସୁଶୀଳ କୁମାର ଲାକଡ଼ା ,ଦେ୍ୱା ଓରାମ, ହେମା ଏକ୍କା , ସେହିପରି ପାନପୋଷ ଛକ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ଧନେଶ୍ୱର ତିର୍କୀ ବାଇଜୁ ଖାଲଖୋ, ଗଙ୍ଗାଧର ଖାଲଖୋ, ଲାଠିକଟା ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ଶ୍ରୀଯୁକ୍ତ ଧୁଚୁ ତିଗା ଓ ପାର୍ଥ ଓରାମ , କାର୍ଯ୍ୟକ୍ରମ ପରଚାଳନା କରିବାପରେ ସହାୟତା କରିଥିଲେ । ଶେଷରେ ବିଲୁ ତିର୍କୀ ଧନ୍ୟବାଦ ଜଣାଇଥିଲେ।


