ନବରଙ୍ଗପୁର:21//3,(ଉତ୍କଳ ସମାଚାର) ଜିଲ୍ଲା, ପାପଡ଼ା ହାଣ୍ଡି ବ୍ଲକର ମୈଦଲ ପୁର ସରସ୍ବତୀ ଶିଶୁ ମନ୍ଦିର ରେ ଶିକ୍ଷାବିତ ବାବୁଲାଲ, ପ୍ରଧାନ ଆଚାର୍ଯ୍ୟ ଯୁଧିଷ୍ଟିର ଓ ଗୀତା ଗୁରୁମାଙ୍କ ସାମ୍ନାରେ ପିଲାଙ୍କର କଳା ପ୍ରତିଭା ଉଦ୍ଭାସିତ ।ଶିଶୁ ମନ୍ଦିରରେ ରେ କଣ୍ଢେଇ ଦିବସ ଅବସରରେ ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନିଜ ହାତରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର କଣ୍ଢେଇ ପ୍ରଦର୍ଶନ କରି ସମସ୍ତଙ୍କୁ ଆକର୍ଷିତ କରିଥିଲେ।ଏହି ଅବସରରେ ଶିକ୍ଷାବିତ, ସମାଜ ସେବୀ ଓ ରକ୍ତଦାତା ସିଆରସିସି ବାବୁଲାଲ ସାଗର ଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ଗୌରବାନ୍ୱିତ କରିଥିଲା। ସେ ପିଲାମାନଙ୍କୁ ସୃଜନଶୀଳ ଶିକ୍ଷା ଓ ନିଜେ କିଛି ତିଆରି କରିବାର ଆଗ୍ରହ ବଢ଼ାଇବା ପାଇଁ ପ୍ରେରଣା ଦେଇଥିଲେ।ଖେଳ-ଖେଳରେ ଶିକ୍ଷା, ମୋବାଇଲ କୁ ନା କଣ୍ଢେଇକୁ ହଁ ସୃଜନଶୀଳତାରେ ଭବିଷ୍ୟତ ଗଢ଼ା — କଣ୍ଢେଇ ଦିବସର ସତ୍ୟ ସନ୍ଦେଶ” ।ପ୍ରଧାନ ଆଚାର୍ଯ୍ୟ ଯୁଧିଷ୍ଟିର ମହୋଦୟ ଶିଶୁମାନଙ୍କ ପ୍ରୟାସକୁ ପ୍ରଶଂସା କରି କହିଥିଲେ ଯେ, ଏହିପରି କାର୍ଯ୍ୟକ୍ରମ ଶିକ୍ଷାକୁ ଆନନ୍ଦମୟ କରିଥାଏ ଓ ପିଲାମାନଙ୍କର ସାମଗ୍ରିକ ବିକାଶରେ ସହାୟକ ହୁଏ।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଗୀତା ଗୁରୁମାଙ୍କର ଭୂମିକା ଉଲ୍ଲେଖନୀୟ ଥିଲା। ସେ ପିଲାମାନଙ୍କୁ ନିଜେ କଣ୍ଢେଇ ପ୍ରସ୍ତୁତ କରିବାକୁ ପ୍ରେରିତ କରିଥିଲେ ଓ ସେମାନଙ୍କର ଦକ୍ଷତାକୁ ମଞ୍ଚ ଦେଇଥିଲେ।କଣ୍ଢେଇ ଦିବସରେ ଛାତ୍ରଛାତ୍ରୀମାନେ ନିଜ ହାତରେ ପ୍ରସ୍ତୁତ କଣ୍ଢେଇ ପ୍ରଦର୍ଶନ କରୁଥିବା ଚିତାକର୍ଷକ ଦୃଶ୍ୟ ଶିକ୍ଷା ମନ୍ଦିର ର ସମସ୍ତ ମାତୃ , ପିତୃ, ଅଭିଭାବକ ଙ୍କ ପାଇଁ ପ୍ରେରଣାର ପେଣ୍ଠସ୍ଥଳୀ ଉପଲବ୍ଧି ହୋଇଥିଲା।

