ରାଉରକେଲା :22//3,(ଉତ୍କଳ ସମାଚାର)ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ରାଉରକେଲା କମିଟି ପକ୍ଷରୁ ସ୍ଥାନୀୟ ବିଶ୍ରା ଛକ ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଟେଟ୍ରା ପ୍ୟାକ୍ ମଦ ସହିତ ସମସ୍ତ ପ୍ରକାର ମଦ ଓ ମାଦକ ଦ୍ରବ୍ୟ କୁ ନିଷିଦ୍ଧ କରିବା, ଇଣ୍ଟରନେଟ ଓ ମୋବାଇଲ ରେ ଅଶ୍ଳୀଳତାର ପ୍ରଚାର ପ୍ରସାର ବନ୍ଦ କରିବା , ରନ୍ଧନ ଗ୍ୟାସ ର କଳାବଜାରୀ ଓ ଦର ବୃଦ୍ଧି ବନ୍ଦ କରି ଅବ୍ୟବସ୍ଥା ଦୂର କରିବା, କଟକ ଏସ . ସି . ବି ମେଡ଼ିକାଲ କଲେଜରେ ଘଟିଥିବା ଅଗ୍ନିକାଣ୍ଡ ର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ଙ୍କୁ କଠୋର ଶାସ୍ତି ଦେବା, ସ୍ବାସ୍ଥ୍ୟ ମନ୍ତ୍ରୀ ଇସ୍ତଫା , ମୃତାହତ ମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବା , ନାରୀ ଓ ଶିଶୁ କନ୍ୟା ମାନଙ୍କୁ ନିରାପତ୍ତା ଯୋଗାଇ ଦେବା ,ନାରୀ ଚାଲାଣ ଓ ଅପହରଣ ବନ୍ଦ କରିବା ଇତ୍ୟାଦି ଦାବିରେ ରାଜ୍ୟ ବ୍ୟାପୀ ଆନ୍ଦୋଳନ ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱର, ରାଉରକେଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଓ ଦାବି ପତ୍ର ପ୍ରଦାନ କରାଯାଇଛି।ସଂଗଠନର ସୁନ୍ଦରଗଡ ଜିଲ୍ଲା କମିଟି ସମ୍ପାଦିକା ବିଦ୍ୟୁତ୍ ମହାନ୍ତ ଙ୍କ ସଭପତିତ୍ବରେ ଏହି ବିକ୍ଷୋଭ ସମାବେଶରେ ଏ ଆଇ ଏମ୍ ଏସ ଏସ ସର୍ବ ଭାରତୀୟ ସାଧାରଣ ସମ୍ପାଦିକା ଛବି ମହାନ୍ତି , ସୁନ୍ଦରଗଡ ଜିଲ୍ଲା କମିଟି ସଭାନେତ୍ରୀ ଲିଅନୀ ତିର୍କି , ଗୀତାଞ୍ଜଳି ମହାନ୍ତି, ଲିଲି ମହାନ୍ତି ,କବିତା ମହାନ୍ତି ପ୍ରମୁଖ ଉଦବୋଧନ ଦେଇଥିଲେ। ପ୍ରତିଭା ଦଣ୍ଡପତ୍ ,ଅସୀମା ବେହେରା , ତଅପୋଇ ମଲ୍ଲିକ,ବିଷ୍ଣୁପ୍ରିୟା ବେହେରା, ନିନା ଟପୋ ରୁନୁ ଗୌଡ଼ ,ସରସ୍ଵତୀ ବାରିକ , ଶ୍ରଦ୍ଧାଞ୍ଜଳି ମହାନ୍ତି, ,କଲ୍ୟାଣୀ ବାରିକ, ସନ୍ଧ୍ୟାରାଣି ଗୌଡ଼ ପ୍ରମୁଖ ବହୁ ମହିଳା ଓ ନାରୀ ନେତ୍ରୀ ପ୍ରମୁଖ ଯୋଗଦେଇ ଥିଲେ। ସରକାର ତୁରନ୍ତ ଦାବି ଗୁଡ଼ିକ ପୂରଣ ନ କଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ଗଢି ତୋଳିବା ପାଇଁ ସେମାନେ ମା – ଭଉଣୀ ତଥା ରାଉରକେଲା ର ବୁଦ୍ଧିଜୀବୀ ତଥା ଜନସାଧାରଣଙ୍କୁ ଆହ୍ବାନ ଜଣାଇଥିଲେ ।

