ରାଉରକେଲା:22//3,(ଉତ୍କଳ ସମାଚାର) ଏଆଇ ସମ୍ପର୍କୀତ ଏକ କର୍ମଶାଳା ସେକ୍ଟର ୨୦ ସ୍ଥିତ ଏସଏସଆରଭିଏମ୍ ପରିଚାଳିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ନିର୍ଦ୍ଦେଶକ ଡ ଗିରିଜା ଶଙ୍କର ଦାସଙ୍କ ଅଧ୍ୟକ୍ଷତା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍ଆଇଟି ର କମ୍ପ୍ୟୁଟର ବିଜ୍ଞାନ ର ପ୍ରାଧ୍ୟାପକ ଡ ପବିତ୍ର ମୋହନ ଖିଲାର ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ଏଆଇ ର ଉପଯୋଗୀତା ଓ ସାମ୍ପ୍ରତିକ ସମୟରେ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଡାଟା ପ୍ରସ୍ତୁତି ସହ ଏହାର ଅନୁଶୀଳନ, ଏହାସହ ଏହା ର ଭିତ୍ତିଭୂମି ଓ ବିଶେଷ କରି ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ କେତେ ଜରୁରୀ ସେ ସମ୍ପର୍କରେ ଏହାର ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିପାଇଁ କେବଳ ଥିଓରୀ ନୁହଁ ପ୍ରାକ୍ଟିକାଲ ଉପରେ ଡ ଖିଲାର ମତ ରଖି ଆଗାମୀ ନିକଟ ଭବିଷ୍ୟତରେ ଲାବୋରେଟୋରୀ ସୁବିଧା ସହ ଏକ ସିଲାବସ୍ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ବିଦ୍ୟାଳୟର ନିର୍ଦ୍ଦେଶକ ଡ ଦାସ ଏହି ପାଠ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ କିପରି ଅଧିକ ଉପକୃତ ହେବେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ଡ ଖୁସବୁ ଜ୍ୟୋତି,ବିତ୍ତ ପ୍ରବନ୍ଧକ ସୁଚିନ୍ଦ୍ରନ ସେନଗୁପ୍ତ, ପ୍ରଶାସନିକ ଅଧିକାରୀ ଯଶବିନ୍ଦର କୈ।ର, ବରିଷ୍ଠ ଶିକ୍ଷୟିତ୍ରୀ ମୀନାକ୍ଷୀ ପାଢ଼ୀ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।

