ରାଉରକେଲା ତା ୧୦/୦୯/୨୬,(ଉତ୍କଳ ସମାଚାର)ଦେଶର ବିଶିଷ୍ଟ ମାର୍କସବାଦୀ ଜନନାୟକ, ସୁବକ୍ତା, ପ୍ରବୀଣ ସାଂସଦ ତଥା ସି ପି ଆଇ ଏମ୍ ର ପୂର୍ବତନ ମହାସଚିବ କମ୍ରେଡ୍ ସୀତାରାମ ୟେଚୁରୀ ଙ୍କ ଦ୍ବିତୀୟ ସ୍ମୃତି ସମାରୋହ ଆଜି ସୀତାରାମ ୟେଚୁରୀ ସ୍ମୃତି ସମାରୋହ କମିଟି ପକ୍ଷରୁ ସ୍ଥାନୀୟ ସିଭିକ୍ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ସନ୍ଧିକ୍ଷଣରେ ଯୁବ ସମାଜ- ଶିକ୍ଷା, ନିଯୁକ୍ତି ଓ ଗଣତନ୍ତ୍ର ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ଭାରତର ଛାତ୍ର ଫେଡେରେସନ ( ଏସ ଏଫ୍ ଆଇ) ର ସର୍ବଭାରତୀୟ ସାଧାରଣ ସମ୍ପାଦକ ଶ୍ରୀଜନ ଭଟ୍ଟାଚାର୍ଯ୍ୟ ଯୋଗଦେଇ ଜଣେ ମାର୍କସବାଦୀ ଚିନ୍ତାଧାରା ରେ ନିଜ ଛାତ୍ର ଜୀବନରୁ ଆରମ୍ଭ କରି ଜୀବନର ଶେଷ ପର୍ଯ୍ୟନ୍ତ କମ୍ରେଡ୍ ସୀତାରାମ ୟେଚୁରୀ ଜଣେ ସାଲିସହୀନ ନେତା ଭାବରେ ସମଗ୍ର ଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ସେ ସର୍ବଦା ଯୁବ ଛାତ୍ର ମାନଙ୍କର ଏକ ପ୍ରିୟ ଚେହେରା ଭାବରେ ପରିଚିତ ଥିଲେ। ବର୍ତ୍ତମାନ ଦେଶର ରାଜନୈତିକ ପରିସ୍ଥିତିରେ ଯୁବ ଛାତ୍ର ମାନଙ୍କର ଦେଶରେ ରାଜନିତୀ କୁ ମୋଡ଼ ଦେବାପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଆବଶ୍ୟକତା ରହିଛି ଏବଂ ତାହା ଦେଶର ଯୁବ ଛାତ୍ର ବର୍ଗ ଙ୍କ ଦ୍ଵାରା ସମ୍ଭବ ଏବଂ ଗତ ଜେନଜି ଆନ୍ଦୋଳନ ତାହା ସମ୍ଭବ କରିଛି ବୋଲି ସେ ମତବ୍ୟକ୍ତ କରିଥିଲେ।ଏହି ଆଲୋଚନା ସଭାରେ କମ୍ରେଡ୍ ସୀତାରାମ ୟେଚୁରୀ ସ୍ମୃତି ସମାରୋହ କମିଟି ର ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାମଲ ସଭାପତିତ୍ବ କରି କହିଥିଲେ ଯେ କମ୍ରେଡ୍ ସୀତାରାମ ୟେଚୁରୀ ଙ୍କ ଯୋଗଦାନ କେବଳ ତାଙ୍କର ଦଳ ପାଇଁ ନୁହେଁ ବରଂ ସମଗ୍ର ଦେଶର ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ଶକ୍ତି ମାନଙ୍କୁ ସୁଦୃଢ କରିବା କୁ ଉଦ୍ଧିଷ୍ଟ ଥିଲା ,ସେ ସର୍ବଦା ଯୁବ ଛାତ୍ର ମାନଙ୍କର ସମସ୍ୟା କୁ ଗୁରୁତ୍ଵ ଦେଉଥିଲେ, ଆଜିର କାର୍ଯ୍ୟକ୍ରମ ରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିବାରୁ ସେ ଅଭିନନ୍ଦନ ଜଣାଇଥିଲେ।କାର୍ଯ୍ୟକ୍ରମ ରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ କମ୍ରେଡ୍ ସୀତାରାମ ୟେଚୁରୀ ପରି କିମ୍ବଦନ୍ତୀ ରାଜନେତା ଙ୍କ ସ୍ମୃତି ଚାରଣ ଉଦ୍ଧେଶ୍ୟରେ କହିବାକୁ ସୁଯୋଗ ମିଳିଥିବାରୁ ସେ ସମାରୋହ କମିଟି କୁ କୃତଜ୍ଞତା ଜଣାଇଥିଲେ।ହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସି ପି ଆଇ ଏମ୍ ରାଜ୍ୟ ସଂପାଦକ ସୁରେଶ ପାଣିଗ୍ରାହୀ, ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଅଳି କିଶୋର ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରଖି କମ୍ରେଡ୍ ସୀତାରାମ ୟେଚୁରୀ ଙ୍କ ଜୀବନବ୍ୟାପୀ ସାଧନା ଓ ତ୍ୟାଗ ସଂପର୍କରେ ବକ୍ତବ୍ୟ ଦେବା ସହିତ ସାଂପ୍ରଦାୟିକ ଓ ହିନ୍ଦୁତ୍ବ ଶକ୍ତି ଦେଶପାଇଁ ବିପଦ ଜନକ ବୋଲି ସେ ସର୍ବଦା ଗୁରୁତ୍ୱ ଦେଉଥିବା କଥା କହିଥିଲେ। ପାର୍ଟି ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ତଥା ସମାରୋହ କମିଟି ର ଅଧ୍ୟକ୍ଷ ତଥା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ କମିଟିର କୋଷାଧ୍ୟକ୍ଷ ଜାହାଙ୍ଗୀର ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ର ଏକ ସ୍ମରଣିକା କୁ ନିମନ୍ତ୍ରିତ ଅତିଥି ଓ ବକ୍ତାମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମ କୁ ସମାରୋହ କମିଟି ର ଉପାଧ୍ୟକ୍ଷ ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ରାଜ କିଶୋର ପ୍ରଧାନ, ପ୍ରଭାତ ପଣ୍ଡା ଓ କମିଟି ସଦସ୍ୟ ବି ପି ମହାପାତ୍ର, ବସନ୍ତ ନାୟକ, ଅନିରୁଦ୍ଧ ତ୍ରିପାଠୀ,ଆନନ୍ଦ ମାସି ହରୋ,ହୃଦୟାନନ୍ଦ ଯାଦବ,ଗୈରୀଶଙ୍କର ପାତ୍ର,ସୁଶିଳା ମୁଣ୍ଡା,ତାଜମୁନ ନେହାର,ମନୋଜ୍ ମିର୍ଦ୍ଧା,ସମୀର ନାୟକ,ଲାଲ ବାହାଦୁର ମହାନ୍ତ,ବାଦଲ ବାରିକ୍ ପ୍ରମୁଖ ପରିଚାଳନା କରିଥିଲେ।

