ରାଉରକେଲା,୧୦/୦୯/୨୬:(ଉତ୍କଳ ସମାଚାର)ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ଅବକାରୀ ଅଧୀକ୍ଷକ, ରାଉରକେଲା ଶ୍ରୀ ଧନେଶ୍ୱର ବରାଡ଼ଙ୍କ ତତ୍ତ୍ୱାବଧାନରେ ହୋଇଥିଲା।ଚଢ଼ାଉ ସମୟରେ ମୋଟ ୧୩ଟି ଅବକାରୀ ମାମଲା ରୁଜୁ କରାଯାଇ ୧୧ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ଟିମ୍ଗୁଡ଼ିକ ପ୍ରାୟ ୨୧୯ ଲିଟର ମହୁଲି ମଦ ଏବଂ ୧୧୬୦ କିଲୋଗ୍ରାମ ମହୁଲ ପୋଚ ଜବତ କରିଛନ୍ତି।ଅବୈଧ ମଦ ପ୍ରସ୍ତୁତି, ଚାଲାଣ ଓ ବିକ୍ରୟ ବିରୋଧରେ ଏଭଳି ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

