ରାଉରକେଲା ୩୧/୩,(ଉତ୍କଳ ସମାଚାର) ଆଜି ରାଉରକେଲା ଆର ଆଣ୍ଡ ବି ବିଭାଜନ କାର୍ଯ୍ଯନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟର ପୂର୍ବତନ ହେଡ୍ କ୍ଲର୍କ ବା ମୁଖ୍ୟ କିରାଣୀ ସୁବାସ ଚନ୍ଦ୍ର ଦାସ (ଅବସରପ୍ରାପ୍ତ) ଲାଞ୍ଚ ନେବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଛନ୍ତି। ସେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧାରା ୧୩(୨) ଆର/ଡବ୍ଲୁ ୧୩(୧)(ଡି)/୭ ପିସି ଆଇନ, ୧୯୮୮ ଅନ୍ତର୍ଗତ ଏକ ମାମଲାରେ ଜଣେ ଠିକାଦାରଙ୍କ ଦ୍ୱାରା ସମ୍ପାଦିତ ନିର୍ମାଣ କାର୍ଯ୍ୟ ପାଇଁ ତାଙ୍କର ସୁରକ୍ଷା ଟଙ୍କା ମୁକ୍ତ କରିବାକୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଚାର୍ଜସିଟ୍ କରାଯାଇଥିଲା। ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୧୫,୦୦୦/- ଟଙ୍କା (ପନ୍ଦର ହଜାର ଟଙ୍କା) ଜୋରିମାନା ଦେବାକୁ ଦଣ୍ଡିତ କରିଛନ୍ତି। ଦୋଷୀସାବ୍ୟସ୍ତ ସୁବାସ ଚନ୍ଦ୍ର ଦାସଙ୍କୁ ତାଙ୍କ ସଜା ପୂରଣ କରିବା ପାଇଁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଓଡିଶା ଭିଜିଲାନ୍ସ ଆରଆଣ୍ଡବି ବିଭାଜନ କାର୍ଯ୍ଯନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟର ମୁଖ୍ୟ କିରାଣୀ ଥିବା ସୁବାଷ ଚନ୍ଦ୍ର ଦାସ (ଅବସରପ୍ରାପ୍ତ) ଦଣ୍ଡିତ ହେବା ପରେ, ଭିଜିଲାନ୍ସ ତାଙ୍କର ପେନସନ ବନ୍ଦ କରିବା ପାଇଁ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରିବ ବୋଲି ସୂଚନା ଦିଆଯାଇଛି।

