ରାଉରକେଲା:30//10,(ଉତ୍କଳ ସମାଚାର)ଗତକାଲି ଛେଣ୍ଡ କଲୋନୀ ଇସିଆର/୬୬ ରେ ବସବାସ କରୁଥିବା ୫୩ ବର୍ଷିୟା ମହିଳା,ଜୋଷ୍ଣା ପାତ୍ରଙ୍କ ହୃଦଘାତ ଜନିତ ମୃତ୍ୟୁ ବରଣହୋଇଛି । ତାଙ୍କର ପୁଅ ସୋମନାଥ ପାତ୍ର, ସାନଭାଇ ସୁରେଶ ପାତ୍ର ଓ ପରିବାର ସଦସ୍ୟ ମାନେ ଆଇଜିଏଚ କୁ ଯଥା ଶୀଘ୍ର ନେଇଥିଲେ ମଧ୍ୟ ବଞ୍ଚାଇବାରେ ସଫଳ ହୋଇପାରିନଥିଲେ । ରାଉରକେଲାର ଜଣାଶୁଣା ମହିଳା ସଂଗଠନ ବିଜୁ ମହିଳା ସମିତିର ପ୍ରଥମ ସାଧାରଣ ସମ୍ପାଦିକା ଭାବେ ଦଇତ୍ଵ ତୁଲାଇଥିଲେ । ନର୍ସିଙ୍ଗ କାମ ଶିଖିଥିବାରୁ ନିଜ ଘର ନିକଟସ୍ଥ ରୋଗୀମାନଙ୍କୁ ବୀନା ଦେୟରେ ସେବ।କରୁଥିଲେ । ଜୋଷ୍ଣା ପାତ୍ରଙ୍କ ନିଧାନରେ ରାଉରକେଲା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଗଭୀର ଦୁଖପ୍ରକାଶ କରିଛନ୍ତି । ନିଜେ ଆରଜିଏଚ ରେ ଉପସ୍ଥିତ ରହି ସବ ବ୍ୟବଛେଦ ତଥା ସ୍ମଶ।ନ ଘାଟର ସମସ୍ତ ଦଇତ୍ଵ ତୁଲାଇ ଥିଲେ । ସମିତିର ଉପଦେଷ୍ଟା ଜୟନ୍ତକୁମାର ମିଶ୍ର,ଅଧକ୍ଷ୍ୟା ରଶ୍ମି ବ।ଳା ମିଶ୍ର,ସଭାପତି ତ।ରେଣୀ ଶେଠୀ ଗଭୀର ଶୋକ ଜଣାଇଛନ୍ତି । ମିତିର ସଦସ୍ୟ କମଳା ପରିଡା,କବିତା ରଥ,ଜୟନ୍ତୀ ପତି,ଗୀତା ଦାସ,ଜେମାମଣି ମଢୁଆଳ ପ୍ରମୁଖ ତାଙ୍କ ବାସଭବନରେ ସେଶ ଦର୍ଶନ କରିଥିଲେ

