ସୁନ୍ଦରଗଡ଼, ୩୦/୧୦/୨୬:(ଉତ୍କଳ ସମାଚାର) ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ପି ଏମ କିଷାନ୍ ଉତ୍ସବ ଦିବସ ପାଳିତ ହୋଇଯାଇଛି ଏବଂ ଏହା ସହିତ କୃଷକ ମାନଙ୍କୁ ପି ଏମ କିଷାନ୍ ଅନ୍ତର୍ଗତ ୨୪ତମ କିସ୍ତି ମଧ୍ୟ ପ୍ରଦାନ କରାଯାଇଅଛି। ଏହି ଅବସରରେ ସ୍ଥାନୀୟ ବିକାଶ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନ ସଭାର ମାନ୍ୟବର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ମାନ୍ୟବର ରଘୁନାଥପାଲି ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ, ଜିଲ୍ଲା ପରିଷଦ ର ଅଧ୍ୟକ୍ଷା ସୁଶ୍ରୀ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସର ରେ ଉପ ବାଚସ୍ପତି ଶ୍ରୀ ଭୋଇ ନିଜ ଅଭିଭାଷଣରେ ପ୍ରକାଶ କର୍ ଥିଲେ ଯେ, ପି ଏମ କିଷାନ୍ ଅର୍ଥ ରାଶି ଚାଷୀ ମାନଙ୍କୁ ଚାଷ ପ୍ରତି ଉତ୍ସାହିତ କରିବା ସହିତ ସେମାନଙ୍କ ଆର୍ଥିକ ଅବସ୍ଥା ରେ ଉନ୍ନତି ଆଣିବାରେ ସହାୟକ ହେଉଛି । ସେହିଭଳି ଜିଲ୍ଲାରେ ଚାଷୀ ମାନେ କେବଳ ଗୋଟିଏ ଚାଷ ପ୍ରତି ନିର୍ଭରଶୀଳ ରହି ସମନ୍ୱିତ ଚାଷ ପଦ୍ଧତି ମଧ୍ୟ ଆପଣାଇବା ନିମନ୍ତେ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହା ସହିତ ଚାଷୀ ମାନଙ୍କୁ ଚାଷ କ୍ଷେତ୍ରରେ କୌଣସି ପ୍ରକାର ବୈଷୟିକ ଜ୍ଞାନକୌଶଳର ଆବଶ୍ୟକତା ଥିଲେ ବିଭାଗୀୟ ଅଧିକାରୀ ମାନଙ୍କ ସହାୟତା ନେବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଏହି ଅବସରରେ ଆଜି ଗୁଜରାଟ ର ବନସକୁଣ୍ଠା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ପି ଏମ କିଷାନ୍ ଅନ୍ତର୍ଗତ ୨୪ତମ କିସ୍ତି ଚାଷୀ ମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ କୁ ସିଧାସଳଖ ଭାବେ ହସ୍ତାନ୍ତର କରିଛନ୍ତି। ସେହିଭଳି ପି ଏମ କିଷାନ୍ ଅନ୍ତର୍ଗତ ଜିଲ୍ଲାର ୧,୩୬,୩୫୮ ଚାଷୀ ମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ସିଧାସଳଖ ଭାବେ କିସ୍ତି ହସ୍ତାନ୍ତର ହୋଇଅଛି। ସେହିଭଳି ବିକାଶ ଭବନ ଠାରେ ଗୁଜରାଟ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଅନୁଷ୍ଠିତ ହୋଇଥିଲା । ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଏବଂ ବହୁ ସଂଖ୍ୟାରେ ଚାଷୀ ଉପସ୍ଥିତ ରହିଥିଲେ।

