ସମ୍ବଲପୁର,୦୪/୦୪(ଉତ୍କଳ ସମାଚାର),(ସରୋଜ ସାହୁ):ଐତିହ୍ୟ ଓ ସଂସ୍କୃତିର ପୀଠସ୍ଥଳୀ ଠେମେରା ଗ୍ରାମରେ ଦୀର୍ଘ ୭ ଦିନ ଧରି ଚାଲିଥିବା ରାମଲୀଳା ମହୋତ୍ସବ ର ଅନ୍ତିମ ଦିବସରେ ଇନ୍ଦ୍ରଜିତ ବଧ, କୁମ୍ବ କର୍ଣ୍ଣ ବଧ ଓ ଶେଷରେ ରାବଣ ବଧ ପରେ ରାମ , ସୀତା, ଲକ୍ଷଣ ଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତନ ସହ ରାଜ୍ୟାଭିଷେକ ଦୃଶ୍ୟାନ୍ତର ସହିତ ଚଳିତ ବର୍ଷର ରାମଲୀଳା ମହୋତ୍ସବରେ ଯବନିକା ପଡିଛି।ରାମଲୀଳା ଆରମ୍ଭ ହେବା ପୂର୍ବରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ସମ୍ବଲପୁର ପୌରପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ସମ୍ବଲପୁର ରାମଲୀଳା କମିଟିର ସଭାପତି ଗିରିଶ ଚନ୍ଦ୍ର ପଟେଲ ଓ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଡ଼ ସୁଶାନ୍ତ କୁମାର ଦାଶ,ରାମ ନାରାୟଣ ଆଚାର୍ଯ୍ୟ, ଅଶ୍ୱନୀ ଆଚାର୍ଯ୍ୟ, ବାଳକୃଷ୍ଣ ବିଶ୍ୱାଳ, ବିସିକେଶନ ପଣ୍ଡା, ଦିଲ୍ଲୀପ ବେହେରା, ସମ୍ବଳ ଅନୁଷ୍ଠାନର ରାମଦାସ ପଣ୍ଡା, ସୁବ୍ରତ କୁମାର ପଣ୍ଡା, ହିମାଂଶୁ ଶେଖର ପାଣିଗ୍ରାହୀ ରାଜକୀୟ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅବସରରେ ଫିଚର ଲେଖକ, ସ୍ତମ୍ଭକାର ତଥା କଳା ସାହିତ୍ୟ ସଂସ୍କୃତି ର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଡା. ରାଜାରାମ ଷଡ଼ଙ୍ଗୀ ଙ୍କୁ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିବା ବେଳେ ଶ୍ରୀରାମ ଭୂମିକାରେ ଅଭିନୟ କରୁଥିବା ବିଶିଷ୍ଟ ଅଭିନେତା ପ୍ରମୋଦ କୁମାର ତ୍ରିପାଠୀ,ସଂଗୀତ ପାଇଁ ପାଇଁ ପର୍ଶୁରାମ ସାହୁ, ବାଦ୍ୟଯନ୍ତ ପାଇଁ ରବୀନ୍ଦ୍ର ବୁଡ଼େକ ଓ ବେଣୁଧର ଡନସନା ଙ୍କୁ ସମ୍ମାନୀତ କରାଯାଇଥିଲା। ଏଥିରେ ମାନେଶ୍ଵର ମହାବିଦ୍ୟାଳୟର ଅଧ୍ୟାପକ ତୁଷାର ରଞ୍ଜନ ବାରିକ ସଭାପତିତ୍ୱ କରିଥିବାବେଳେ କମିଟି ର ସଭ୍ୟ ଅରୁଣ କୁମାର ସାହୁ ଓ ବରିଷ୍ଟ ଶିକ୍ଷକ କୃଷ୍ଣଚନ୍ଦ୍ରବଢ଼େଇ ସଭାକୁ ପରିଚାଳନା କରିଥିଲେ।ରାବଣ ଭୂମିକାରେ ଅଭିନୟ କରୁଥିବା ରାମଲୀଳା କମିଟିର ସଭାପତି ତଥା ମହୋତ୍ସବ ର ମୁଖ୍ୟ ଉଦ୍ୟୋକ୍ତା ବଳରାମ ମହାନା ଶେଷରେ ଗ୍ରାମବାସୀ ଓ ଅଞ୍ଚଳବାସୀ ଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଉଦଯାପନୀ ଉତ୍ସବରେ ରାମଲୀଳା ମଞ୍ଚ ଲୋକରଣ୍ୟ ହୋଇଉଠିଥିଲା।

