ପାପଡାହାଣ୍ଡି, 04/04-(ଉତ୍କଳ ସମାଚାର)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ନୀଳକଣ୍ଠେଶ୍ଵର ମନ୍ଦିର ପରିସର ଠାରେ ଠାରେ ପଣାସଂକ୍ରାନ୍ତି ଉପଲକ୍ଷେ ପ୍ରସୂତି ବୈଠକ ଅନୁଷ୍ଠିତ ହୋଇଥଲା. ଏପ୍ରିଲ 16 ତାରିଖ ରେ ପଣାସଂକ୍ରାନ୍ତି ଦିବସ ରେ ସକାଳୁ ହନୁମାନ ମନ୍ଦିର ଠାରେ ନୀତିକାନ୍ତି ହେବା ପରେ ପୂଜାର୍ଚନା ପାଇ ଶ୍ରଦ୍ଧାଳୁ କୁ ଦର୍ଶନ ନିମନ୍ତେ ଧାଡି ଲାଇନ ର ବ୍ୟବସ୍ଥା . ସଂକ୍ରାନ୍ତି ପୂର୍ବରୁ ସମ୍ପୂର୍ଣ ଗ୍ରାମ ରାସ୍ତା କଡ଼ ରେ ଗୌରୀକ ପତକା ଲଗେଇବା ସହ ଭଗବାନ ଫୋଟ ଚିତ୍ର ଲଗେଇବା, ସଂକ୍ରାନ୍ତି ଦିବସ ରେ ଗାଁ ରେ ଆମିଷ ବିକ୍ରି ବନ୍ଦ କରିବା ଓ ଗ୍ରାମ ରେ ଭଗବାନ ରଥ ପରୀକ୍ରମା ସମୟରେ ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ସମସ୍ତେ ଗ୍ରାମବାସୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇ ଅନୁରୋଧ କୋରଯାଇଥିଲା.କୀର୍ତ୍ତନ ଦଳ 4 ଟି , ପାରମ୍ପରିକ ବାଦ୍ୟ ନୃତ୍ୟ ଦଳ , ସନ୍ଧ୍ୟା 4 ଘଣ୍ଟା ସମୟରେ ସୁସଜିତ ରଥ ରେ ଭଗବାନ ଙ୍କ ଫୋଟ ଚିତ୍ର କରି ଗ୍ରାମ ପରୀକ୍ରମା, ପଣା ର ବ୍ୟବସ୍ଥା, କରିବା ପାଇ ନିଷ୍ପତି ହୋଇଥିଲା.ଏହି ବୈଠକ ରେ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ପୂର୍ବତନ ସରପଞ୍ଚ ବି. ଜଗନ ମୋହନ ରାଓ, ପୂର୍ବତନ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ବିଜୟ ବିଷୋୟୀ,ମନୋଜ ଅଗ୍ରୱାଲ, ପୂର୍ଣ୍ଣଚନ୍ଦ୍ର ପାଢ଼ୀ,ରାଜକିଶୋର ରାଓ, ଶଶୀ ମୋହନ ଶର୍ମା, ଜଗନ୍ନାଥ ନାୟକ, ନୀଳକଣ୍ଠ ତ୍ରିପାଠୀ, ସନ୍ତୋଷ ରାଓ, ମହେନ୍ଦ୍ର ବିଷୋୟୀ ଗୌରୀ ଶଙ୍କର ଶର୍ମା, ଏନ. ସନ୍ତୋଷ ରାଓ, ଗଣପତି ନାଇଡ଼ୁ ସହ ଗ୍ରାମବାସୀ ଉପସ୍ଥିତ ରହିଥିଲେ.

