ରାଉରକେଲା:13//4,(ଉତ୍କଳ ସମାଚାର) ସହରର ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ମହା ବିଷୁବ ସଂକ୍ରାନ୍ତି ପାଳନ ଆସନ୍ତା ୧୪ ତାରିଖ ଦିନ ସନ୍ଧ୍ୟା ସାଢ଼େ ଛଅ ଘଟିକା ସମୟରେ ସେକ୍ଟର ୭ ସ୍ଥିତ ପ୍ରଗତି ଉତ୍କଳ ସଂଘ ପରିସରରେ ଥିବା ମଧୁମଣ୍ଡପ ଠାରେ ପାଳନ କରାଯିବ। ଏନେଇ କୋଏଲ ନଗର ସ୍ଥିତ ଅବସରପ୍ରାପ୍ତ ଆରଏସପି କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକରେ ପାଠାଗାରର ସଭାପତି ରାଧାକାନ୍ତ ମିଶ୍ର ଓ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ସୂଚନା ଦେଇ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ସବିତା ପ୍ରଧାନ ଯୋଗଦେଇ ଓଡ଼ିଆ ନବବର୍ଷ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବେ। ଏହି ଅବସରରେ ଚଳିତ ବର୍ଷ ପ୍ରଫେସର ପ୍ରଧାନଙ୍କୁ ବିଷୁବ ସମ୍ମାନ ୨୦୨୬ ରେ ସମ୍ମାନିତ କରାଯିବ। ସେହିପରି ଏକ ମନୋଜ୍ଞ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗଦେବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଇଂ ଅଭୟ କୁମାର ଦାସ, ଚନ୍ଦ୍ରଶେଖର ଶତପଥୀ, ପର୍ଶୁରାମ ପଟ୍ଟନାୟକ, ପ୍ରଦୀପ୍ତ ପଟ୍ଟନାୟକ,ଟୁକୁଲା ପାଢ଼ୀ,ଡ ଜୟନ୍ତୀ ପାଢ଼ୀ,ଅଟମ ରଥ, ଅମରେନ୍ଦ୍ର କୁମାର ପାଢ଼ୀ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

