ସୁନ୍ଦରଗଡ଼ ୧୪/୪,(ଉତ୍କଳ ସମାଚାର) ସୁନ୍ଦରଗଡ଼ରେ ଆୟୋଜିତ ହୋଇଯାଇଅଛି ଆମେ ଜାଣିବା ଆମ ବଜେଟ୍ କାର୍ଯ୍ୟକ୍ରମ । ସ୍ଥାନୀୟ ବିକାଶ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ , ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ସନ୍ତୋଷ ଅମାତ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ୍ ବି ଏସ ରାଜପୁତ, ଜିଲ୍ଲାପାଳ ଡ଼ାକ୍ତର ଶୁଭଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ସୂରଜ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅଭିମନ୍ୟୁ ମାଝୀ, ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ଦୀନାଃ ଦସ୍ତାଗିର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ସି ଇ ଓ , ଡି ଏମ ଏଫ୍ ଶ୍ରୀମତୀ ସୁଷମା ବିଲୁଙ୍ଗ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା, ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସମ୍ବଲପୁରର ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ଼ା ଉମା ଚରଣ ପତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଚଳିତ ବଜେଟ୍ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ପ୍ରମୁଖ ସଚିବ ଏନ୍ ବି ଏସ ରାଜପୁତ ଯୋଗଦେଇ ବାର୍ଷିକ ବଜେଟ୍ ୨୦୨୬-୨୭ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସେ ନିଜ ଅଭିଭାଷଣରେ କହିଥିଲେ ଯେ ଏହା ହେଉଛି ଜନସାଧାରଣଙ୍କର ବଜେଟ୍, ଏହି ବଜେଟରେ ସମସ୍ତଙ୍କ ପାଇଁ କିଛି ନା କିଛି ରହିଛି। ଏହା ଗ୍ରାମୀଣ ବିକାଶ, ମହିଳା ସଶକ୍ତିକରଣ, କୃଷକ ସଶକ୍ତିକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ, ଯୁବ ବିକାଶ, ଭିତ୍ତଭୂମିର ବିକାଶ ଆଦି ଅନେକ ଗୁଡ଼ିଏ କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରୁଛି। ଆହୁରି ମଧ୍ୟ ସେ କହିଥିଲେ ଯେ ଜନସାଧାରଣଙ୍କୁ ବଜେଟ୍ ବିଷୟରେ ଜଣେଇବା। ପଲ୍ଲୀ ସଭା, ଗ୍ରାମ ସଭା ଆଦି ମାଧ୍ୟମରେ ଜନସାଧାରଣଙ୍କୁ ବଜେଟ୍ ସମ୍ପର୍କରେ ଅବଗତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ସେହିଭଳି ଏହି ବଜେଟ୍ ମାଧ୍ୟମରେ ଜିଲ୍ଲା ତଥା ଲୋକଙ୍କର ଅନେକ ବିକାଶ ହେବ ବୋଲି ଆଶା ପ୍ରକଟ କରିଥିଲେ। ବାର୍ଷିକ ବଜେଟ୍ ୨୦୨୬-୨୭ରେ ଆର୍ଥିକ ଦୁର୍ବଳ, ଯୁବକ ଯୁବତୀ, ଅନ୍ନଦାତା, ନାରୀ ଶକ୍ତି ଇତ୍ୟାଦି ଉପରେ ପ୍ରାଧାନ୍ୟ ଦିଆଯାଇଛି । ଏହା ସହିତ ଏହି ବଜେଟରେ ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ-୨୦୪୭ ଭିଜନ୍ ଲକ୍ଷ୍ୟ ହାସଲ ପାଇଁ ସୁପରିକଳ୍ପିତ ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ମୁଖ୍ୟ ବକ୍ତା ଡ଼ା ଉମା ଚରଣ ପତି ବଜେଟ୍ ଉପରେ ଆଲୋଚନା କରିଥିଲେ । ଏହି କ୍ରମରେ ସେ ବାର୍ଷିକ ବଜେଟର ଆବଶ୍ୟକତା, ବଜେଟର ଉଦ୍ଦେଶ୍ୟ, ବଜେଟ୍ କିଭଳି ଭାବେ ପ୍ରସ୍ତୁତ ହୋଇଥାଏ ସେ ବିଷୟରେ ଆଲୋଚନା କରିଥିଲେ। ସେହିଭଳି କେନ୍ଦ୍ରୀୟ ବଜେଟ୍ ଓ ରାଜ୍ୟ ବଜେଟ ଉପରେ ମଧ୍ୟ ଉପସ୍ଥାପନ କରିଥିଲେ। ପରେ ପରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ଅଧିକାରୀମାନେ ବଜେଟ୍ ସଂକ୍ରାନ୍ତୀୟ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା, ପି ଆର୍ ଆଇ ସଦସ୍ୟ ଏବଂ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।


