ନବରଙ୍ଗପୁର, ନରସିଂବାଘ. (ଉତ୍କଳ ସମାଚାର )ତା. 17/04/2026:ନବରଙ୍ଗପୁର ଜିଲ୍ଲାରେ ବଡ଼ ପରିମାଣର ଗଞ୍ଜେଇ ଜବତ ହେବା ସହିତ ଦୁଇ ଜଣ ଚାଲାଣକାରୀଙ୍କୁ ପୋଲିସ ଗିରଫ କରିଛି। ପ୍ରାୟ 662 କେଜି ଗଞ୍ଜେଇ ସହିତ ସେମାନଙ୍କୁ ଧରାଯାଇଥିବା ବିଶ୍ୱସନୀୟ ସୂଚନା ମିଳିଛି।ସୂଚନା ଅନୁସାରେ, ନବରଙ୍ଗପୁର ସଦର ଅଞ୍ଚଳର ବନମାଳୀ ହରିଜନଙ୍କ ପୁଅ ଶ୍ରୀଧର ହରିଜନ (36) ଫୁଲବାଣୀ ଜିଲ୍ଲାର ଡାକାଙ୍ଗୀ ଗ୍ରାମର ସୁରେଶ ମୁଦୁଲିଙ୍କ ପିକଅପ ଭ୍ୟାନରେ ଏହି ଗଞ୍ଜେଇ ନେଇ ନବରଙ୍ଗପୁରକୁ ଆସୁଥିଲେ।ଏହି ସମୟରେ ଭବାନୀପାଟଣା ଓ ରାମପୁର ପୋଲିସ ପକ୍ଷରୁ ରାତ୍ରିରେ ପେଟ୍ରୋଲିଙ୍ଗ ଜୋରଦାର ହୋଇଥିଲା। ରାତି ପ୍ରାୟ 12:30 ବେଳେ, ଏକ ଶୂନଶାନ ରାସ୍ତାରେ ଦ୍ରୁତଗତିରେ ଯାଉଥିବା ପିକଅପ ଭ୍ୟାନ ଉପରେ ପୋଲିସଙ୍କ ସନ୍ଦେହ ହେବାରୁ ଗାଡ଼ିଟିକୁ ଅଟକାଇ ତଲାଶି କରାଯାଇଥିଲା।ତଦନ୍ତ ସମୟରେ ଗାଡ଼ିଭିତରେ ବିପୁଳ ପରିମାଣର ଗଞ୍ଜେଇ ଥିବା ପାଇଁ ପୋଲିସ ତତ୍କ୍ଷଣାତ୍ ପିକଅପ ଭ୍ୟାନ ସହ ଡ୍ରାଇଭର ଓ ଶ୍ରୀଧର ହରିଜନଙ୍କୁ ଗିରଫ କରିଥିଲେ।ଗିରଫ ପରେ ଉଭୟଙ୍କୁ ଥାନାକୁ ନେଇ ପଚରାଉଚରା ଚାଲିଥିବା ଜଣାପଡ଼ିଛି। ଏହି ଘଟଣାରେ ଆଉ କିଏ କିଏ ଜଡିତ ଅଛନ୍ତି, ସେଥିପାଇଁ ପୋଲିସ ତଦନ୍ତ ଜାରି ରଖିଛି
