ନବରଙ୍ଗପୁର:17.4.2026:(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ବ୍ଲକ ଅଧିନସ୍ତ ପଣ୍ଡିକୋଟ ପଂଚାୟତ ରେ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି ଏହି ସଭାରେ ୱାର୍ଡ ସଭ୍ୟ ଶ୍ରୀ ତ୍ରିଲୋଚନ ହରିଜନ ଙ୍କ ସଭାପତିତ୍ୱ ରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା ଏଥିରେ ଡି ଇ ଓ.ଶ୍ରୀ ରାଜେନ୍ଦ୍ର ପ୍ରଧାନ, ଏ ସି ଡି ଇ ଓ ଶ୍ରୀ ଶରତ ଚନ୍ଦ୍ର ବିଷୋୟୀ,ଏମ ବି କେ. ଶ୍ରୀମତୀ ମାର୍ଥାମଣୀ, ଜି ଏସ ଏମ ପୁଷ୍ପାଞ୍ଜଳି ପୂଜାରୀ ଓ ସମସ୍ତ ଏସ ଏଚ ଜି ଗ୍ରୁପ ର ମାଆ ମାନେ ଉପସ୍ଥିତ ଥିଲେ ଏହି ସଭରେ ନାରୀଶକ୍ତି ବନ୍ଦନ ଅର୍ଥ ମହିଳା ଶକ୍ତ କରଣ କୁ ସୁଦୃଢ କରିବା ମିଶନ ପ୍ରକ୍ରିୟାରେ ମହିଳା ମାନଙ୍କୁ ଅଂଶଗ୍ରହଣ କରିବା, ତୃଣମୂଳ ସ୍ତରରେ ମହିଳା ନେତୃତ୍ୱ କୁ ପ୍ରୋଛାହିତ କରିବା, ମହିଳା ପାୱାର.. ନିଦ୍ଧାରିତ ସୀମା ଭିତରେ ପ୍ରତିଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ, ବିଦୂତ ଓ ସବୁଦିନିଆ ରାସ୍ତା ସଂଯୋଗୀ କରଣ ସୁନିଶ୍ଚିତ କରିବା. ଅନ୍ତଦୋୟ ଗୃହଯୋଜନା.. ଗୃହ ସହାୟତା ପାଇଁ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବା ଯେମିତି ଅତି ଅସହାୟ ବର୍ଗଙ୍କୁ ଏଥିରେ ସାମିଲ କରାଯାଇପାରିବ ଶେଷରେ ଗୋଷ୍ଠୀଗତ ସମ୍ପର୍କ ରେ ଆଲୋଚନା ଓ ସଚେତନତା ସୃଷ୍ଟି କରିବା. ଶେଷରେ ସଭାପତି ଙ୍କ ଅନୁମତି ନେଇ ସଭା ସାଙ୍ଗ କରାଗଲା

