ପାପଡାହାଣ୍ଡି, 20/04/2026-(ଉତ୍କଳ ସମାଚାର)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ଅକ୍ଷୟ ତୃତୀୟା ରେ ରଥ କାଠ ଅନୁକୂଳ କରାଯାଇଥିଲା. ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ବାଞ୍ଛାନିଧି ନନ୍ଦ ଓ ସତ୍ୟନାରାୟଣ ନନ୍ଦ ପ୍ରଭୁ ଜଗନ୍ନାଥ ଙ୍କ ନୀତିକାନ୍ତି ପୂଜାର୍ଚନା କରିବା ପରେ ରଥ ପାଇ ଆଣା ଯାଇଥିବା ନୂତନ କାଠ କୁ ପୂଜାର୍ଚନା କରାଯାଇଥିଲା. ଏହି ନୂତନ କାଠ କୁ ପୁରୁଣା ରଥ କାଠ ରେ ଜଡିତ କରି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ. ଏହି ରଥ ପ୍ରଭୁ ଶ୍ରୀ ଜଗନ୍ନାଥ, ବଲଭଦ୍ର ଓ ସୁଭଦ୍ରା ରଥଯାତ୍ରା କରି ମାଉସୀ ମା ମନ୍ଦିର ଯିବେ ଓ ଭକ୍ତ ଓ ଶ୍ରଦ୍ଧାଳୁ କୁ ଦର୍ଶନ ଦେବେ. ରଥ କାର୍ଯ୍ୟ ନିର୍ମାଣ କରିବା ଶିଳ୍ପୀ ମାନଙ୍କୁ ଉତ୍ତରୀୟ ଓ ଦକ୍ଷୀଣା ଦେଇ ସମ୍ମାନିତ କରାଯାଇଥିଲା. ଏହି ରଥ କାଠ ଅନୁକୂଳ ସମୟରେ ପୂଜକ ନୀଳକଣ୍ଠ ତ୍ରିପାଠୀ, ହରି ପାଣିଗ୍ରହୀ ସାହାଯ୍ୟ ସହଯୋଗ କରିଥିଲେ. ଗ୍ରାମର ମହିଳା ଓ ପୁରୁଷ ଭକ୍ତ ଉପସ୍ଥିତ ରହିଥିଲେ.

