କେନ୍ଦୁଝର:21//4,(ଉତ୍କଳ ସମାଚାର)କେନ୍ଦୁଝରସ୍ଥିତ ଜୁଡ଼ିଆ ଫାର୍ମ ରେ ଜିଲ୍ଲାସ୍ତରୀୟ କୃଷକ ଦିବସ ସମାରୋହରେ ଯୋଗଦେଇ ମାନ୍ୟବର ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଓଡିଶା ଗଣେଶ ରାମ ସିଂ ଖୁଣ୍ଟିଆ ଆଖିମୁଠି ଅନୁକୂଳ କରି ସାଧାରଣ ସଭାରେ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ଓ ସରକାରଙ୍କ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ l ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ପୃଥୁରାଜ ମଣ୍ଡଳ ଅତିଥି ପରିଚୟ ପ୍ରଦାନ କରିଥିଲେ l ଚାଷୀଭାଇଭଉଣୀଙ୍କୁ ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ, ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କାର୍ଯ୍ୟାଦେଶ ଓ ମହିଳା ଗୋଷ୍ଠୀଙ୍କୁ ମୂଳ ପାଣ୍ଠି ବଣ୍ଟନ କରାଯାଇଥିଲା l ଅନ୍ୟତମ ଅତିଥିଭାବେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡି, ଅତିରିକ୍ତ ଜିଲ୍ଲାପାଳ, ମନ୍ଦରଧର ମହାଳିକ ପ୍ରମୁଖ ଯୋଗ ଦେଇଥିଲେ I କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, କଟକ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନକୁ ସିଧାସଳଖ ପ୍ରସାରଣ ମାଧ୍ୟମରେ ଉପଭୋଗ କରିଥିଲେ l ସଚେତନତା ସୃଷ୍ଟିକରିବା ପାଇଁ ଉଦିଷ୍ଟ କୃଷି ରଥ ପରିକ୍ରମା ଓ ପ୍ରାରମ୍ଭିକ ଯୋଜନା ଭାବେ କାର୍ଯ୍ୟକାରୀ ହେଉଥିବା ଆମ ବିହନ ରଥର ଶୁଭାରମ୍ଭ କରିଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ l ଜିଲ୍ଲାର ଶତାଧିକ କୃଷକ ଭାଇଭଉଣୀ ଭାଗ ନେଇଥିଲେ lଅନ୍ୟ ଏକ ସମାରୋହ ରେ ଜଂଘିରା ନଳପଙ୍ଗା ଠାରେ ଅକ୍ଷୟ ତୃତୀୟା ପାଳନ ଅବସର ରେ କଳିଙ୍ଗ କୁସୁମ ଫାଉଣ୍ଡେସନ ,ଡେଭ ଫର ଇଣ୍ଡିଆ ଫାଉଣ୍ଡେସନ ,ହାର୍ଟମେଟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ସମାରୋହ ରେ ଚାଷୀ ଭାଇଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଅକ୍ଷିମୁଠି ଅନୁକୂଳ କରିଥିଲେ ବିଶିଷ୍ଟ ସମାଜସେବୀ ତଥା ହାର୍ଟମେଟ ଫାଉଣ୍ଡେସନ ଉପଦେଷ୍ଟା ଶ୍ରୀ ଏ ଆର ଖାନ,ସୁସ୍ଥ ଚାଷୀ ସୁସ୍ଥ ଓଡ଼ିଶା ଲକ୍ଷ୍ଯ ରେ ଆୟୋଜିତ ସମାରୋହ ରେ ବରିଷ୍ଠ ଚାଷୀ କୃଷ୍ଣ ଚନ୍ଦ୍ର ମହାନ୍ତି ,ଟ୍ରଷ୍ଟୟ ଦିବ୍ୟଚନ୍ଦ ଶୁକ୍ଲା ,ପ୍ରଶାନ୍ତ ଦଳେଇ ,ବୈଜ୍ଞାନିକ ଡକ୍ଟର ସୁକାନ୍ତ ପ୍ରଧାନ ପ୍ରମୁଖ ଉଦ୍ବୋଧନ ଦେଇଥିଲେ

