ରାଉରକେଲା ତା.୨୨-୦୪-୨୦୨୬:(ଉତ୍କଳ ସମାଚାର) ରିଖ ସୋମବାର ଦିନ କୁରାଳ ସମାଜର କୁଳ ଦେବତାଶ୍ରୀଶ୍ରୀ ନାରାୟଣ,ରୁଦ୍ରପାଳ,ମାତା ରତ୍ନେଶ୍ୱରୀ ମନ୍ଦିରରେ ଦଶମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ନମିତା ବେହେରା ଙ୍କ ତତ୍ବାବଧାନରେ ଅନୁଷ୍ଠିତ ଉତ୍ସବରେ ବେଦବ୍ୟାସ ରୁ କଳସ ଯାତ୍ରା ଆରମ୍ଭ ହୋଇ ହନୁମାନ ବାଟିକାରେ ପହଞ୍ଚିଥିଲା । ସର୍ବପ୍ରଥମେ କଳସ ପୂଜା ସୂର୍ଯ୍ୟପୂଜା ଗୋ ପୂଜା ଓ ପରେ କୂଳ ଦେବାତା ଙ୍କ ପୂଜାର୍ଚ଼ନା କରାଯାଇଥିଲା । ପୂଜକ ଉଦୟନାଥ ପାଣ୍ଡେ ପୂରୋହିତ କାର୍ଯ୍ୟ ତୁଲାଇଥିଲେ । ସୁଶାନ୍ତ କୁମାର ବେହେରା ଓ ଶ୍ରୀମତୀ ସଂଧ୍ୟାରାଣୀ ବେହେରା ସଂକଳ୍ପ କର୍ତ୍ତା ଦାଇତ୍ଵ ତୁଲାଇଥିଲେ । କୁମ୍ଭକାର ସମାଜ ର କର୍ମକର୍ତ୍ତା ବଙ୍ଗାଳି ବେହେରା, ପଞ୍ଚାନନ ବେହେରା, କିରଣ ଦେବୀ, ସୁଦର୍ଶନ ସାହୁ, ରାଜେଶ ବେହେରା , ଶାନ୍ତି ବେହେରା, ସୁଦେସ୍ନା ବେହେରା, ମିନତୀ ବେହେରା , ତ୍ରିନାଥ ବେହେରା, ବସନ୍ତ ବେହେରା , ଦେବାନନ୍ଦ ବେହେରା, ବନମାଳି ବେହେରା, ସ୍ଵାତୀବେହେରା, ତପୁ ବେହେରା, ଜାନକୀ ବେହେରା , ସିଦ୍ଦେଶ୍ବର ରଣା, ସମେତ ସମାଜର ବହୁ ବ୍ୟକ୍ତି ବିଶେଷ ଯୋଗଦେଇ ଥିଲେ ।

