ପାପଡାହାଣ୍ଡି, 11/09,(ଉତ୍କଳ ସମାଚାର)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଆଦର୍ଶ ବିଦ୍ୟଳୟ ଠାରେ 11 ତମ ସ୍ଥାପନା ଦିବସ” ସ୍ପାର୍କ “ପାଳିତ ହୋଇଯାଇଛି. ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ ଦୁଲେଶ୍ୱର ଗେଜ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧକ୍ଷା ହେମଳତା ମାଝୀ,ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା,ସାଂସଦ ପ୍ରତିନଧି ସୋମନାଥ ପୂଜାରୀ, ବିଧାୟକ ପ୍ରତିନିଧି ଶିବ ପ୍ରସାଦ ଅଗ୍ରୱାଲ, ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଧନଶିକ୍ଷୟତ୍ରୀ ଭାରତୀ ବିଷୋୟୀ, ଶିକ୍ଷକ ଦୁର୍ଗାଚରଣ ଦାସ, ଶିକ୍ଷୟତ୍ରୀ ଟିକେଶ୍ବରୀ ପଟ୍ଟନାୟକ, ଶିକ୍ଷକ ତ୍ରିଲୋଚନ ବରାଲ, ବ୍ଲକ ସାମ୍ବାଦିକ ସଙ୍ଘ ସଭାପତି ଏନ. ଜନାର୍ଦ୍ଦନ ରାଓ, ପିଏଲଭି ସଭ୍ୟ ରାଜ କିଶୋର ରାଓ ପ୍ରମୁଖ ମଞ୍ଚାସିନ ହୋଇଥିଲେ.ଛାତ୍ରଛାତ୍ରୀ ଅଥିତି ମାନଙ୍କୁ ସ୍ୱାଗତ କରିବା ପରେ ପୁଷ୍ପଗୁଛ ଓ ଉତ୍ତରୀୟ ଦେ ସମ୍ମାନିତ କରିଥିଲେ. ଅତିଥି ଦ୍ୱାର କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ. ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ଗାନ କରିଥିଲେ.ଅତିଥି ମାନେ ଛାତଛାତ୍ରୀ ଙ୍କୁ ଭଲ ପାଠ ପଡିବା ସହ କ୍ରୀଡା ରେ ମଧ୍ୟ ଉନ୍ନତ ପ୍ରଦର୍ଶନ କରି ବିଦ୍ୟାଳୟ ଓ ଜିଲ୍ଲା ନାମ ରଖିବା ପାଇ କହିଥିଲେ.ଆଦର୍ଶ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଭଲ ପାଠ ପଡିବା ପାଇ ସରକାର ର ଏହା ଏକ ଉଚିତ ପଦକ୍ଷେପ ବୋଲି କହିଥିଲେ.ବିଦ୍ୟାଳୟ ଛାତ୍ରଛାତ୍ରୀ ମଧ୍ୟରେ ଉଚ୍ଚ ବର୍ଗ ଓ କନିଷ୍ଠ ବର୍ଗ ନେଇ, ସାଧାରଣ ଜ୍ଞାନ, ବକୃତା,ରଚନା,ସଂଗୀତ,ନୁର୍ତ୍ୟ ପ୍ରତିଯୋଗିତା ହୋଇଥିଲା. ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥି ଦ୍ୱାରା ପୁରୁସ୍କୃତ କରାଯାଇଥିଲା.ସେପ୍ଟେମ୍ବର 19 ଓ 20 ତାରିଖ ରେ ଉମରକୋଟ ଆଦର୍ଶ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ସ୍ଥାପନା ଦିବସ ପାଳିତ ଅବସରରେ ରେ ପ୍ରଥମ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଭାଗ ନେବେ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି. ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ଶିକ୍ଷୟତ୍ରୀ, ପ୍ରିୟବ୍ରତ ନାଗ,ଦେବବନ୍ଧୁ ଦେବଦାସ ଜେନା,ହିମାଂଶୁ ଶେଖର ଭତରା, ବିଶ୍ୱଜିତ ଗିରି,ପ୍ରଦଶକୁମାର ରାଉତ,କିଶୋର ଚନ୍ଦ୍ର ବିଷୋୟୀ,ଚନ୍ଦନା ମିସ୍ତ୍ରୀ,ଶୁଚିସ୍ମିତା ନାୟକ,ପରିଚାଳନା କରିଥିଲେ.ନବୀନ ଚନ୍ଦ୍ର ବିଷୋୟୀ,ସୁରବା କୁମାର ନାୟକ,ବନ୍ଧୁ ଯାନୀ ସହଯୋଗ କରିଥିଲେ.

