କେନ୍ଦୁଝର :22//4,(ଉତ୍କଳ ସମାଚାର) ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ରାଜ୍ୟ ର ସମସ୍ତ ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ଭାଜପା ର ମନ୍ଦ ଉଦ୍ଦେଶ୍ୟ ସାଧାରଣ ଜନତାଙ୍କ ନିକଟରେ ଉପସ୍ଥାପନ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି l ୨୦୧୧ ଜନଗଣନା ଅନୁସାରେ ମହିଳା ସଂରକ୍ଷଣ କରିବାର ଥିଲା ନାରୀଶକ୍ତି ବନ୍ଦନ ଅଧିନିୟମ ନାମରେ ପାରିତ କରାଗଲାନି କାହିଁକି ? ସରକାରଙ୍କୁ ଜନମତ ଥିଲା ସଂସଦରେ ୧୩୧ ତମ ସମ୍ବିଧାନ ସଂଶୋଧନ ଆଇନ ପାରିତ ହେବାକୁ ଦୁଇ ତୃତୀୟାଂଶ ସଦସ୍ୟଙ୍କର ସମର୍ଥନ ଲୋଡ଼ା କିନ୍ତୁ ଏହି ବିଲ କାହିଁକି ପାରିତ କରୁଥିଲେ କଣ ପାଇଁ ? କିଛି ଖରାପ ଉଦ୍ଦେଶ୍ୟ ଥିଲା କି ? ଏବଂ ଅଯଥାରେ ସୀମା ନିର୍ଦ୍ଦାରଣ ବିଲ ଆଗତ କରି ଲୋକହସା ହେବା ଦୁର୍ଭାଗ୍ୟଜନକ ଏବଂ ବିଜେପି ସରକାର କୁମ୍ଭୀର କାନ୍ଦଣା ବନ୍ଦ କରୁ ବୋଲି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କେନ୍ଦୁଝର ଜିଲ୍ଲା କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି l ଏହି ସମ୍ମିଳନୀ ରେ ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ମନୋଜ କୁମାର ଜେନା, ପୂର୍ବତନ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ବିଧାୟକ ଇଂ ସୁବର୍ଣ୍ଣ ନାଏକ, ପୂର୍ବତନ ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ସଦର ବିଧୟିକା ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାଏକ, ମହିଳା ନେତ୍ରୀ ସବିତା ସାହୁ, ଜ଼ିଲ୍ଲା ଉପସଭାପତି ଲଳିତ ମୋହନ ନାୟକ,ଚିତ୍ତରଞ୍ଜନ ପାତ୍ର, କଂଗ୍ରେସ ନେତା ସୁଢଳ ସେଠି,ଦିନେଶ ରାଉତ, ରତ୍ନାକର ଜେନା ଏବଂ ସମସ୍ତ ବ୍ଲକ ସଭାପତିମାନେ ଉପସ୍ଥିତ ଥିଲେ l

