ରାଉରକେଲା ୨୪/୪,(ଉତ୍କଳ ସମାଚାର) ସହରରେ ଦିନକୁ ଦିନ ଖରା ଓ ଗୁଳୁଗୁଳି ବଢୁଥିବା ବେଳେ ଏହା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଅନ୍ୟପଟେ, ଖରା ରୁ ରକ୍ଷା ପାଇବା ପାଇଁ ଲୋକମାନେ କୁଲର ଏବଂ ଏସି କିଣୁଥିବା ଦେଖିବାକୁ ମିଳୁଛି।ରାଉରକେଲା ସହରରେ ₹୩,୦୦୦ ରୁ ଆରମ୍ଭ କରି ₹୨୦,୦୦୦ ପର୍ଯ୍ୟନ୍ତ କୁଲର ବିକ୍ରି ହେଉଛି। ଲୋକମାନେ ନିଜର ସାମର୍ଥ୍ୟ ଅନୁଯାୟୀ କୁଲର କିଣୁଛନ୍ତି। ସହରରେ ବିଭିନ୍ନ ବ୍ରାଣ୍ଡେଡ୍ କମ୍ପାନୀ ସହିତ ସ୍ଥାନୀୟ (ଲୋକାଲ୍) କମ୍ପାନୀର କୁଲର ମଧ୍ୟ ବହୁଳ ଭାବରେ ବିକ୍ରି ହେଉଛି। ଏଥର ନାଗପୁରୀ ବଡି କୁଲରର ଚାହିଦା ଅଧିକ ଦେଖିବାକୁ ମିଳୁଛି। ସହରର ବିଭିନ୍ନ ଇଲେକ୍ଟ୍ରୋନିକ୍ସ ଏବଂ କୁଲର ଦୋକାନଗୁଡ଼ିକରେ ଗ୍ରାହକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି।

