କେନ୍ଦୁଝର,୩୦/୪(ଉତ୍କଳ ସମାଚାର): ମୃତ ଭଉଣୀର କଙ୍କାଳ ଧରି ବ୍ୟାଙ୍କକୁ ଟଙ୍କା ଉଠେଇବା ପାଇଁ ଜିତୁ ମୁଣ୍ଡା ଯିବା ଘଟଣା ଏବେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି l କେନ୍ଦୁଝର ଜ଼ିଲ୍ଲାର ଜଣେ ଆଦିବାସୀ ବ୍ୟକ୍ତି ଜିତୁ ମୁଣ୍ଡା ମୃତ ପ୍ରମାଣପତ୍ର ସ୍ୱରୂପ ଭଉଣୀ କଙ୍କାଳ ଧରି ପାଟଣା ବ୍ଲକ ମଲ୍ଲିପଶି ଶାଖା ଓଡିଶା ଗ୍ରାମ୍ୟ ବ୍ୟାଙ୍କକୁ ଧରି ଆସିବା, ବ୍ୟାଙ୍କ କତୃପକ୍ଷ ଦ୍ୱାରା ହଇରାଣ ଓ ହରକତ ହେବା ଏବଂ ଆଦିବାସୀ ମାନଙ୍କୁ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଅବହେଳିତ କରାଯିବା ଏ ଘଟଣା ଏକ ସମ୍ବେଦନଶୀଳ ଘଟଣା l ଜଣେ ନିରୀହ ଆଦିବାସୀ ପ୍ରତି ଅବିଚାର ନିଶ୍ଚିତ ଭାବେ ଏକ ସ୍ପର୍ଶକାତର ଘଟଣା l ଖୋଦ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜ଼ିଲ୍ଲାର ପ୍ରତିନିଧି ଏବଂ ଆଦିବାସୀ ସମ୍ପ୍ରଦାୟର ହେଲେ ବି ଏହା ପ୍ରତି ଦୃଷ୍ଟି ଦେଉନାହାନ୍ତି l ପ୍ରତ୍ୟେକ ଦିନ ରାଜ୍ୟରେ ଆଦିବାସୀ, ଦଳିତ ଓ ମହିଳା ମାନେ ସୁରକ୍ଷତ ନାହାଁନ୍ତି ବୋଲି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି l ଆଜି କଂଗ୍ରେସ ଦଳ ପକ୍ଷରୁ ପାଟଣା ବ୍ଲକର ଡ଼ିଆନାଳୀ ଗ୍ରାମରେ ଜିତୁ ମୁଣ୍ଡାଙ୍କୁ ଭେଟିଥିଲେ ଏବଂ ଏହି ଘଟଣା ବିଷୟରେ ଆଲୋଚନା କରିଥିଲେ l ତାପରେ ରାଜସ୍ୱ ବିଭାଗୀୟ କମିଶନର ସଂଗ୍ରାମ କେଶରୀ ମହାପାତ୍ର ଏବଂ କେନ୍ଦୁଝର ଜ଼ିଲ୍ଲାପାଳ ବିଶାଳ ସିଂହ ସହିତ ଆଲୋଚନା କରିବା ପରେ ବ୍ୟାଙ୍କ କତୃପକ୍ଷ ସହିତ ଭେଟିବା ପରେ ଉଦବେଗ ପ୍ରକାଶ କରିଛନ୍ତି l ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ୍ୟ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଗଭୀର ଭାବେ ତଦନ୍ତ କରନ୍ତୁ ଏବଂ ମୃତକ ପରିବାରକୁ ତୁରନ୍ତ ଦଶ ଲକ୍ଷ ଟଙ୍କା ସାହାଯ୍ୟ କରନ୍ତୁ ବୋଲି ଦାବୀ କରିଥିଲେ l ଏଥିରେ ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ଯଶବନ୍ତ ସିଂହ ନାରାୟଣ ଲାଗୁରି, ଜ଼ିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ଜେନା, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ କଂଗ୍ରେସ ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାଏକ, ପୂର୍ବତନ ବ୍ଲକ ଅଧକ୍ଷ ବିଦ୍ୟାଧର ଦାଶ, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଜ଼ିଲ୍ଲା କଂଗ୍ରେସ ସେବାଦଳ ଅଧକ୍ଷ ବୀରଭଦ୍ର ମହାନ୍ତ, ଜ଼ିଲ୍ଲା କଂଗ୍ରେସ ଉପସଭାପତି ଲଳିତ ମୋହନ ନାୟକ, ଜ଼ିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକଗୌରହରି ନାଏକ, ସୁଢଳ ସେଠି, ବ୍ଲକ ସଭାପତି ଗୋବିନ୍ଦ ମହାନ୍ତ, ସରୋଜ ବଘେଲ ବାବୁ, ପାଟଣା ବିଧାନସଭା ଯୁବ କଂଗ୍ରେସ ସଭାପତି ପରମେଶ୍ୱର ନାଏକ, ବରିଷ୍ଠ କଂଗ୍ରେସ ନେତା କୈଳାଶ ଚନ୍ଦ୍ର ବାରିକ, ରତ୍ନାକର ଜେନା, ଲକ୍ଷ୍ମଣ ଦାଶ, ଦୀପକ ରାଜ, ଜ୍ଞାନରଞ୍ଜନ ମିଶ୍ର, ଶିବ ବେହେରା, ମୁକୁନ୍ଦ ଚରଣ ମହାନ୍ତ, ବିଦ୍ୟାଧର ସିଂହ, ଦିଲ୍ଲୀପ କୁମାର ଦାଶ, ପ୍ରଦୀପ କୁମାର ଦାସ, ଚିତ୍ତରଞ୍ଜନ ରାଉତ, ନିରଞ୍ଜନ ନାଏକ, ଗୌତମ ସାହୁ, ଟାଙ୍ଗରପଡା ସରପଞ୍ଚ ଅନିରୁଦ୍ଧ ନାଏକ ପ୍ରମୁଖ ଉପସ୍ଥିତ ଥିଲେ l

