ରାଉରକେଲା, ୩୦/୪(ଉତ୍କଳ ସମାଚାର): କେନ୍ଦ୍ର ଶିକ୍ଷା ବୋର୍ଡ ଅଧିନରେ ପରିଚାଳିତ ଆଇସିଏସଇ ଦଶମ ଏବଂ ଆଇଏସସି ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ରାଉରକେଲା ସିଭିଲ୍ ଟାଉନସିପ୍ ଲରେଟୋ ଇଂଲିଶ୍ ସ୍କୁଲର ଛାତ୍ରଛାତ୍ରୀମାନଙ୍କ କୃତୀତ୍ବ ଦେଖିବାକୁ ମିଳିଛି। ଆଇସିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଲରେଟୋ ଇଂଲିଶ୍ ସ୍କୁଲର ମୋଟ୍ ୪୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସତ୍ଯଜିତ୍ ଦାସ ୯୪ ପ୍ରତିଶତ ନମ୍ବର ରଖି ପ୍ରଥମ ହୋଇଥିଲା ବେଳେ ଭୀର୍ ଶାହ ୯୨ ପ୍ରତିଶତ ନମ୍ବର ରଖି ଦ୍ବିତୀୟ ଏବଂ ଋଷିକା ସାହୁ ୮୯ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଲରେଟୋ ଇଂଲିଶ୍ ସ୍କୁଲର ଆଇଏସସି ପରୀକ୍ଷାରେ ମୋଟ ୧୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଲଖବୀର ସିଂହ ୯୦ ପ୍ରତିଶତ ନମ୍ବର ରଖି ପ୍ରଥମ ହୋଇଥିଲା ବେଳେ ଆଦିତି ସୋନୀ ୮୯ ପ୍ରତିଶତ ନମ୍ବର ରଖି ଦ୍ବିତୀୟ ଏବଂ ମେହେରୋଜ ଅବଦୁଲ୍ଲା ୮୧ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

