ସମ୍ବଲପୁର,2//5,(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ମହାନଗର ନିଗମ (ଏସଏମସି) ଅଞ୍ଚଳର ସଫେଇ ଅଭିଯାନରେ ଯୋଡିହେଲା ଆଉ ଏକ ଏଜେନ୍ସି। ସଫେଇ କାମର ୬ ନମ୍ବର ଜୋନ ଅନ୍ତର୍ଗତ ୧୩, ୧୪, ୧୫, ୧୮ ଓ ୩୪ ନମ୍ବର ୱାର୍ଡର ସଫେଇ କାର୍ଯ୍ୟ କରିବାକୁ ସ୍ବର୍ଣ୍ଣ ଦେବୀ ଏଜେନ୍ସିକୁ ଏହି ଦାୟିତ୍ୱ ଦିଆଯାଇ ଶ୍ରମିକ ଦିବସ ଭଳି ଦିନରେ ଏହାର ଶୁଭାରମ୍ଭ କରାଯାଇଛି। ଏହାକୁ ସାଂସଦ ପ୍ରତିନିଧି ତଥା ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ ଓ ଜିଲ୍ଲା ବିଜେପି ସଭାପତି ରାମଚନ୍ଦ୍ର ମେହେର ଆନୁଷ୍ଠାନିକ ଭାବେ ଏହାକୁ ଫିତା କାଟି ଉଦଘାଟନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଡା. ରାଜାରାମ ଷଡ଼ଙ୍ଗୀ, ଦେବେନ୍ଦ୍ର ମେହେର, ଆଡଭୋକେଟ ଅର୍ଜୁନ ପଟ୍ଟନାୟକ, ଏସଏମସି ଡେପୁଟି କମିଶନର ହରିଓମ ଭୋଇ ଓ ଭିକ୍ଟର ସୋରେଙ୍ଗ,ଏସଡବ୍ଲୁଏମ ମୋନିକା ମୋନାଲି ମାନସିଂ, ସ୍ବର୍ଣ୍ଣ ଦେବୀ ଏଜେନ୍ସିର ସ୍ଥାନୀୟ ପରିଚାଳିକା ଲେନୁ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱଚ୍ଛତା ପାଇଁ ଶ୍ରମିକଙ୍କ ଶ୍ରମ ଜୀବନ ପାଇଁ ଅମୂଲ୍ୟ। ସେମାନଙ୍କ ତ୍ୟାଗ, ନିଷ୍ଠା ଓ ପରିଶ୍ରମ ସୁସ୍ଥ ପରିବେଶ ଓ ନିର୍ମଳ ହୃଦୟ ପାଇଁ ଖୁବ ଗୁରୁତ୍ୱ ପୂର୍ଣ୍ଣ ଥିବାରୁ ଏଜେନ୍ସି ଏହି କାର୍ଯ୍ୟକୁ ଆନ୍ତରିକ ମନୋଭାବ ରଖି ସମ୍ପାଦନ କରିପାରିବ ବୋଲି ଅତିଥି ମାନେ କହିଥଲେ।

