ରାଉରକେଲ:3//5,(ଉତକ ସମାଚାର)ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର ନେତାଜୀ ସୁଭାଷ ପ୍ରେକ୍ଷାଳୟରେ ସୁନ୍ଦରଗଡ଼ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଏବଂ ସମ୍ମାନନୀୟ ଅତିଥି ଭାବେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ, ଜୁଏଲ ଓରାମଙ୍କର ପ୍ରତିନିଧି ସୁରେଶ ପଟେଲ, ତଳସରା ବିଧାୟକ ତଥା ଓଡିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କର ପ୍ରତିନିଧି ଶ୍ରୀମତୀ ଲତିକା ପଟ୍ଟନାୟକ, ରଘୁନାଥପାଲ୍ଲୀ ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀଙ୍କର ପ୍ରତିନିଧି ନିରଞ୍ଜନ ପଟେଲ ଯୋଗ ଦେଇଥିଲେ । ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ସୁନୀତା କିଷାନ୍ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ସହାୟତା ରାଶି ଯଥା, ବିବାହ ସହାୟତା ରାଶି ବାବଦରେ ୧୫୬ ଜଣଙ୍କୁ ଟ ୭୭,୨୫,୦୦୦ ଟଙ୍କା, ମୃତ୍ୟୁ ସହାୟତା ରାଶି ୧୯୯ ଜଣଙ୍କୁ ଟ.୫,୩୭,୦୦,୦୦୦ ଟଙ୍କା, ଅନ୍ତ୍ୟେଷ୍ଟି କାଳୀନ ସହାୟତା ରାଶି ୧୮୭ ଜଣଙ୍କୁ ୯,୩୫,୦୦୦ ଟଙ୍କା , ଶିକ୍ଷା ସହାୟତା ରାଶି ୧୭୭ ଜଣଙ୍କୁ ଟ. ୨୨,୯୧,୦୦୦ ଟଙ୍କା ପ୍ରସୂତୀ ସହାୟତା ରାଶି ୪୯ ଜଣଙ୍କୁ ଟ. ୪,୯୦,୦୦୦ ଟଙ୍କା ଏହିପରି ଭାବେ ସର୍ବମୋଟ ୬ କୋଟି ୫୧ଲକ୍ଷ ୪୧ ହଜାର ୦୦୦ ଟଙ୍କାର ସହାୟତା ରାଶି ୭୬୮ ଜଣ ନିର୍ମାଣ ଶ୍ରମିକଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ଏତତ୍ ବ୍ୟତୀତ ୨୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଓଡ଼ିଆ ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ୨ ଜଣଙ୍କୁ ମୃତ୍ୟୁ କାଳୀନ ସହାୟତା ନିମିତ୍ତ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୬୦୦ ଜଣ ନିର୍ମାଣ ଏବଂ ଅଣସଂଗଠିତ ଶ୍ରମିକ, ଟ୍ରେଡ ୟୁନିଅନର କର୍ମକର୍ତ୍ତା ଓ ସୁନ୍ଦରଗଡ଼ ଶ୍ରମ କାର୍ଯ୍ୟାଳୟର ସମସ୍ତ ସଦସ୍ୟ ଉପସ୍ଥିତି ଥିଲେ।

