ରାଉରକେଲା:3//5,(ଉତକ ସମାଚାର)ରାଉରକେଲା ଇସ୍ପାତ କାରଖାନା ରେ ଆଜି ପୁଣି ଏକ ଦୁର୍ଘଟଣା ଘଟି ଅକାଳରେ ଜଣେ ଠିକା ଶ୍ରମିକ ଙ୍କ ମୃତ୍ୟୁବରଣ କରିଛନ୍ତି। ଘଟଣା ପ୍ରଚାରିତ ହେଲା ପରେ ରାଉରକେଲା କଣ୍ଟ୍ରାକ୍ଟର ଓରକର୍ସ ୟୁନିୟନ ( ସି ଆଇ ଟି ୟୁ) ର ନେତୃତ୍ବ ଆଇ ଜି ଏଚ ରେ ପହଞ୍ଚି ମୃତ ଶ୍ରମିକ ର ପରିବାର ର ଜଣେ ସଦସ୍ୟ ଙ୍କୁ ସେଲ୍ ରେ ସ୍ଥାୟୀ ନିଯୁକ୍ତି, ପର୍ଯ୍ୟାପ୍ତ ଆର୍ଥିକ କ୍ଷତିପୂରଣ ଓ ଇ ଏସ ଆଇ,ଇ ପି ଏଫ୍ ରୁ ମାସିକ ପେନସନ,ଏହି ଅର୍ଥ ନ ପାଇବା ପର୍ଯ୍ୟନ୍ତ ଠିକା ସଂସ୍ଥା ରୁ ମାସିକ ଦରମା ମୃତ ଶ୍ରମିକ ର ପରିବାର କୁ ପ୍ରଦାନ କରିବାକୁ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ଆଜି ରାଉରକେଲା ଇସ୍ପାତ କାରଖାନା ଅଧିନରେ ଥିବା କ୍ୟାଲସିଲିଙ୍ଗ ପ୍ଳାଣ୍ଟ ( ସି ପି -୨) ରେ ପ୍ରଧାନ ଏଣ୍ଟରପ୍ରାଇଜେସ ରେ ଠିକା ଶ୍ରମିକ ଭାବରେ କାର୍ଯ୍ୟରତ ସାରନଗରୀ ତଳ ବାଲିଝୁଡି ଅଂଚଳର ୫୪ ବର୍ଷୀୟ ପ୍ରକାଶ କୁମାର ସ୍ବାଇଁ ଆଜି ଜେନେରାଲ ସିଫ୍ଟ ରେ ଉଚ୍ଚତାରେ କାମ କରୁଥିବା ବେଳେ ହଠାତ୍ କୌଣସି କାରଣରୁ ଅପରାହ୍ନ ୪.୧୭ ମିନିଟ ସମୟରେ ଖସିପଡିବା ଯୋଗୁଁ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ତାଙ୍କର ସହକର୍ମୀ ମାନେ ତାଙ୍କୁ କାରଖାନା ମଧ୍ୟରେ ଥିବା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ ଅପରାହ୍ନ ୪.୫୦ ମିନିଟ ସମୟରେ ଆଇ ଜି ଏଚ କୁ ଆଣିଥିଲେ। ଅପରାହ୍ନ ୫ ଟା ସମୟରେ ଆଇ ଜି ଏଚ ଡାକ୍ତର ଠିକା ଶ୍ରମିକ ଙ୍କୁ ମୃତ ଘୋଷଣା କରିଥିଲେ।ଇ ଜି ଏଚ ଠାରେ ବିଭିନ୍ନ ୟୁନିୟନର ନେତୃତ୍ବ ସହିତ ସି ଆଇ ଟି ୟୁ ଜିଲ୍ଲା ଉପସଭାପତି ଶ୍ରୀମନ୍ତ ବେହେରା,ବି ପି ମହାପାତ୍ର, ରାଜ କିଶୋର ପ୍ରଧାନ,ଅରୁ ଦାସ,ବିନୟ ବେହୁରିଆ, ବିଶ୍ଵଜିତ ମାଝୀ, ଅଶୋକ ଦାସ, ଏନ୍ ସି ବେହେରା, ଜଗଦିଶ ପାଲ୍ ପ୍ରମୁଖ ଉପସ୍ଥିତ ରହି ମୃତ ଠିକା ଶ୍ରମିକ ପରିବାର କୁ ସ୍ଥାୟୀ ନିଯୁକ୍ତି, ପର୍ଯ୍ୟାପ୍ତ କ୍ଷତିପୂରଣ ଓ ଇ ଏସ ଆଇ,ପି ଏଫ୍ ରୁ ପେନସନ, ପେନସନ ନ ହେବା ପର୍ଯ୍ୟନ୍ତ ଦରମା ଦାବି କରିଥିଲେ।ମୃତ ଶ୍ରମିକ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ହୋଇଥିବାରୁ କଂପାନୀ ରେ ନିଯୁକ୍ତି ନ ମିଳିବା ପର୍ଯ୍ୟନ୍ତ ଠିକା ସଂସ୍ଥା ଦରମା ପ୍ରଦାନ କରିବା ପାଇଁ ଦାବି କରିଥିଲେ। ବାରମ୍ବାର କାର୍ଯ୍ୟ ସ୍ଥଳୀରେ ସୁରକ୍ଷା ର ଘୋର ଅଭାବ ଯୋଗୁଁ ଏପରି ଜଣେ ଠିକା ଶ୍ରମିକ ର ଅକାଳରେ ଜୀବନ ଚାଲିଯାଉଛି। ବାରମ୍ବାର କାର୍ଯ୍ୟ ସ୍ଥଳୀରେ ସୁରକ୍ଷା ନେଇ ୟୁନିୟନ ମାନେ ଉଦବେଗ ପ୍ରକାଶ କରୁଥିଲେ ମଧ୍ୟ ଆର୍ ଏସ ପି କର୍ତ୍ତୃପକ୍ଷ ସୁରକ୍ଷା ପ୍ରଶ୍ନ ଉପରେ ଗୁରୁତ୍ୱାରୋପ ନ କରିବା ଯୋଗୁଁ ଏପରି ଘଟଣା ଘଟୁଛି ଯାହାକୁ ନେଇ ସି ଆଇ ଟି ୟୁ ଘୋର ଉଦବେଗ ପ୍ରକାଶ କରିବା ସହିତ ଶ୍ରମିକ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି। ଠିକା ଶ୍ରମିକ ଙ୍କ ମରଶରୀର ଆଇ ଜି ଏଚ ମର୍ଗ ହାଉସ୍ ରେ ରଖାଯାଇଛି ଓ ମୃତ ଠିକା ଶ୍ରମିକ ଙ୍କ ପତ୍ନୀ ସବିତା ସ୍ଵାଇଁ ଆର୍ ଏସ ପି କର୍ତ୍ତୃପକ୍ଷ ଙ୍କୁ କଂପାନୀ ରେ ଅନୁକମ୍ପାମୂଳକ ସ୍ଥାୟୀ ନିଯୁକ୍ତି ଓ କ୍ଷତିପୂରଣ ସଂକ୍ରାନ୍ତରେ ପତ୍ର ଲେଖିଥିଲା ବେଳେ ଆସନ୍ତା କାଲି ଏ ଦିଗରେ କର୍ତ୍ତୃପକ୍ଷ ପଦକ୍ଷେପ ନେବେ ବୋଲି ୟୁନିୟନମାନେ ଆଶା କରୁଛନ୍ତି।
